ସ୍ୱାତୀ ମାଲିଓ୍ଵାଲଙ୍କୁ ମାରପିଟ ମାମଲା, କେଜ୍ରିଓ୍ଵାଲଙ୍କ ଆବାସରୁ ପିଏ ବିଭବ କୁମାରଙ୍କୁ ଗିରଫ କଲା ପୋଲିସ

ସ୍ୱାତୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କ ଉପରେ ମାରପିଟ ଏବଂ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ବିଭବଙ୍କୁ ଖୋଜୁଥିଲା । ଆଜି ତାଙ୍କୁ ଗିରଫ କରିଛି ପୋଲିସ ।

ଆପ୍‌ ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କ ବିବାଦ ମାମଲାରେ ବଡ ଖବର ମିଳିଛି । କିଛି ସମୟ ପୂର୍ବରୁ ଦିଲ୍ଲୀ ପୋଲିସ ଟିମ୍‌ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ପହଞ୍ଚିଥିଲା । ଆଉ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଭବ କୁମାରଙ୍କୁ ଗିରଫ କରିଛି ପୋଲିସ । ସ୍ୱାତୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କ ଉପରେ ମାରପିଟ ଏବଂ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ବିଭବଙ୍କୁ ଖୋଜୁଥିଲା । ଆଜି ତାଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ, ୧୩ ମଇ ସକାଳ ୯ଟା୩୪ ମିନିଟରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଆବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ । ସେ ବିଭବ କୁମାର ଏବଂ କେଜ୍ରିୱାଲଙ୍କୁ କୌଣସି କାମପାଇଁ ଡାକିଥିଲେ । କିନ୍ତୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲେ।  କେଜ୍ରିୱାଲ ଘରେ ଉପସ୍ଥିତ ଅଛନ୍ତି ଏବଂ ସ୍ୱାତୀଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା । ସ୍ୱାତୀ ଡ୍ରଇଂ ରୁମ୍ କୁ ଯାଇ ସୋଫାରେ ବସି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ। ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ବିଭବ କୁମାର ପହଞ୍ଚିଥିଲେ ।  ବିନା କୌଣସି କାରଣରେ ସ୍ୱାତୀଙ୍କୁ ଗାଳିଗୁଲଜ କରିଥିଲେ ବିଭବ କୁମାର।

ପରେ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କ ବିପକ୍ଷରେ ଅଭିଯୋଗ କରିଥିଲେ । ଏହି କଲରେ ସ୍ୱାତୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ ତାଙ୍କୁ ମାରିଥିଲେ । ତେବେ କଲ୍‌ ମୁଖ୍ୟମନ୍ତ୍ରୀଙ୍କ ଘରୁ ଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସ୍ୱାତୀ ସେଠାରୁ ଚାଲିଯାଇଥିଲେ ।

ଦିଲ୍ଲୀ ପୋଲିସ କହିବାକୁ ମୁତାବକ, ଫୋନ କରିଥିବା ସ୍ୱାତୀଙ୍କ କହିଥିଲେ, ମୋତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ତାଙ୍କ ପିଏ ବିଭବ ଦ୍ୱାରା ମାଡ ମାରିଛନ୍ତି । ଫୋନ୍‌ କଲ ୧୦ଟା ବେଳେ କରାଯାଇଥିଲା । କିନ୍ତୁ ଯେତେବେଳେ ପିସିଆର ପହଞ୍ଚିଥିଲା, ସେତେବେଳେ ସ୍ୱାତୀ ସେଠାରେ ଉପସ୍ଥିତ ନଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଛନ୍ତି କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Leave A Reply

Your email address will not be published.