ବସ୍ତିରେ ରହିବେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା! ସାର୍ବଜନୀନ ଶୌଚାଳୟର ଅବସ୍ଥା ଦେଖି କଡ଼ା ଚେତାବନୀ ଦେଲେ ସ୍ୱାତୀ ମାଲିଓ୍ଵାଲ
ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ ନରେଲା ବସ୍ତିରେ ଥିବା ସାର୍ବଜନୀନ ଶୌଚାଳୟର ଅବସ୍ଥା ଦେଖି ହଠାତ୍ ରାଗି ଯାଇଥିଲେ। ସପ୍ତାହେ ଭିତରେ ତୁରନ୍ତ ଏହାକୁ ସଫା କରିବାକୁ ସେ ଅଧିକାରୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ ନରେଲା ବସ୍ତିରେ ଥିବା ସାର୍ବଜନୀନ ଶୌଚାଳୟର ଅବସ୍ଥା ଦେଖି ହଠାତ୍ ରାଗି ଯାଇଥିଲେ। ସପ୍ତାହେ ଭିତରେ ତୁରନ୍ତ ଏହାକୁ ସଫା କରିବାକୁ ସେ ଅଧିକାରୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଅଧ୍ୟକ୍ଷା କହିଛନ୍ତି ଯେ ଯଦି ସପ୍ତାହେ ଭିତରେ ବସ୍ତି ସଫା କରା ନ ଯାଏ, ତା’ ହେଲେ ସେ ନିଜେ ଆସି ବସ୍ତିରେ ରହିବେ ଏବଂ ଏହି ଶୌଚାଳୟଗୁଡ଼ିକୁ ନିଜେ ସଫା କରିବେ।
ସ୍ୱାତୀ ମାଲିଓ୍ଵାଲ ଏ ନେଇ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ ‘ନରେଲା ଅଞ୍ଚଳରେ ଏମ୍ସିଡି ଶୌଚାଳୟଗୁଡ଼ିକର ଅବସ୍ଥା ଦେଖନ୍ତୁ…ଛୋଟ ଛୋଟ ପିଲାମାନେ ଏଭଳି ଶୌଚାଳୟ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ଅଧିକାରୀମାନେ ଜନତାଙ୍କ ଟ୍ୟାକ୍ସରୁ ମୋଟା ଅଙ୍କ ନିଅନ୍ତି ଏବଂ ଜନତାଙ୍କୁ ମରିବା ପାଇଁ ଛାଡ଼ି ଦିଅନ୍ତି। ଏହି ସବୁ ଅଧିକାରୀଙ୍କୁ ମୋ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ ଦେଇଛି, ଏମାନଙ୍କର ଉତ୍ତରଦାୟିତ୍ୱ ସ୍ଥିର ହେବ’।
କହି ରଖୁଛୁ, ସ୍ୱାତୀ ମାଲିଓ୍ଵାଲ ଦିଲ୍ଲୀର ବସ୍ତିଗୁଡ଼ିକରେ ଥିବା ସାର୍ବଜନୀନ ଶୌଚାଳୟର ସ୍ଥିତି ପରଖିବାକୁ ନରେଲା ଅଞ୍ଚଳ ଗସ୍ତ କରିଥିଲେ। ସେଠାରେ ସେ ଶୌଚାଳୟଗୁଡ଼ିକର ଶୋଚନୀୟ ଅବସ୍ଥା ଦେଖିବାକୁ ପାଇଥିଲେ। ପାଖାପାଖି ସମସ୍ତ ଶୌଚାଳୟ ମଇଳାରେ ପରିପୂର୍ଣ୍ଣ ଥିଲା। କିଛି ଶୌଚାଳୟରେ କବାଟ ମଧ୍ୟ ନ ଥିଲା।
ଏହା ପରେ ସ୍ୱାତୀ ମାଲିଓ୍ଵାଲ ଅଧିକାରୀମାନଙ୍କ ଉପରେ ଖୁବ୍ ବର୍ଷିଥିଲେ। ବୁଧବାର ଗସ୍ତ ସମୟରେ ନରେଲା ବସ୍ତିରେ ପବ୍ଲିକ ଶୌଚାଳୟର ଅବସ୍ଥା ଖରାପ ଦେଖିବା ପରେ ସେ ଏମ୍ସିଡି ଅଧିକାରୀମାନଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ଜବାବ ତଲବ କରିଥିଲେ। ଏତିକି ନୁହେଁ, ଅଧ୍ୟକ୍ଷା ଏମ୍ସିଡି ଅଧିକାରୀମାନଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି ଏକ ସପ୍ତାହ ଭିତରେ ଶୌଚାଳୟର ଅବସ୍ଥା ନ ସୁଧୁରେ, ତା’ ହେଲେ ସେ ନିଜେ ବସ୍ତିରେ ଯାଇ ରହିବେ ଏବଂ ଲୋକଙ୍କ ସହିତ ମିଶି ସଫେଇ ଅଭିଯାନ ଚଳାଇବେ।
नरेला इलाक़े में MCD शौचालयों का हाल देखें.. छोटी छोटी बच्चियाँ ऐसे शौचालयों में जाने को मजबूर हैं। ये अधिकारी जनता के टैक्स से मोटी तनख़्वाह लेते हैं और जनता को मरने के लिए छोड़ देते हैं। इन सब अधिकारियों को अपने दफ़्तर में हाज़िरी नोटिस दिया है, इनकी जवाबदेही तय होगी। pic.twitter.com/NL9aBcGbP7
— Swati Maliwal (@SwatiJaiHind) April 12, 2023