ଅନଲାଇନ୍ ଅର୍ଡର କଲେ ଘରେ ପହଁଚିଯିବ ମଦ, ବାସ୍ କରନ୍ତୁ ଏହି ଆପ୍କୁ ଡାଉନଲୋଡ୍

ପ୍ରାୟତଃ ଆପଣ ଦେଖିଥିବେ ଯେ ମଦ ଦୋକାନରେ ବହୁତ ଭିଡ ରହିଥାଏ । ଲମ୍ବା ଲମ୍ବା ଲାଇନ ଲଗାଇ ମଦ କିଣିବାକୁ ଛିଡା ହୋଇଥାନ୍ତି ଲୋକେ । କିନ୍ତୁ ଏବେ ଆପଣଙ୍କୁ ଏଥିପାଇଁ ଆଉ ଟେନସନ୍ ନେବାର ଆବଶ୍ୟକତା ନାହିଁ । କାହିଁକିନା ଅଟା, ଡାଲି ଗ୍ରୋସରୀ ଭଳି ଏବେ ମଦକୁ ବି ଆପଣ କରିପାରିବେ । ହଁ ଆଜ୍ଞା ଆପଣ ଯାହା ଶୁଣିଲେ ଏକଦମ୍ ଠିକ୍ ଶୁଣିଲେ ।
ଏଇଟା ପୂରା ସତ ଯେ ଏଣିକି ଖୁବଶୀଘ୍ର ଅନଲାଇନରେ ମିଳିବ ମଦ । ଘରେ ବସି ମଦ ଅର୍ଡର କରିପାରିବେ ଲୋକେ। ଏନେଇ ଦେଶରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ପରୀକ୍ଷଣ ସଫଳ ହେଲେ ୧୦ ମିନିଟରେ ଘରେ ମଦ ପହଞ୍ଚିବେ ୪ ଅନଲାଇନ୍ ଡେଲିଭରି ଆପ୍ । କମ୍ପାନିଗୁଡିକ ସ୍ୱିଗି, ବିଗ୍ ବାସ୍କେଟ୍, ଜୋମାଟୋ ଏବଂ ବ୍ଲିଙ୍କିଟ୍ ସହିତ ହାତ ମିଳାଇବେ। ଆସନ୍ତା କିଛି ମାସ ଭିତରେ ଏହା କାର୍ଯ୍ୟକାରୀ ହୋଇପାରେ । ତେବେ କହିବାକୁ ଚାହିଁବୁ ଯେ ଏହି ସେବା କିଛି ରାଜ୍ୟରେ ହିଁ ଚାଲିବ । ତାହେଲେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ଆପଣ ଏହି ସର୍ଭିସ ପାଇପାରିବେ ।
ଏହି ରାଜ୍ୟରେ ମିଳିବ ଏହି ସର୍ଭିସ୍
ସ୍ୱିଗି, ଜୋମାଟା, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ ତରଫରୁ ମିଳୁଥିବା ଏହି ସର୍ଭିସରେ ଆପଣ ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, କେରଳ ଏବଂ ଗୋଆ ଭଳି ରାଜ୍ୟରେ ଲିକର ଅର୍ଡର କରିପାରିବେ । ରିପୋର୍ଟ ମୁତାବକ ଏମିତି ଆଉ ମାତ୍ର କିଛି ମାସ ଭିତରେ ହୋଇପାରେ । କହିବାକୁ ଚାହିଁବୁ ଯେ ଏହି ସମସ୍ତ ରାଜ୍ୟ ମଦର ହୋମ୍ ଡେଲିଭରୀର ପରମିସନ୍ ପାଇଁ ବର୍ତ୍ତମାନ ପାଇଲଟ୍ ପ୍ରୋଜେକ୍ଟ ଉପରେ କାମ କରୁଛି ।
ସ୍ୱିଗି, ଜୋମାଟା, ବ୍ଲିଙ୍କିଟ ଏବଂ ବିଗ୍ ବାସ୍କେଟ ଆପକୁ ନେଇ ଆପଣ ଭଲଭାବେ ତ ଜାଣିଥିବେ ଯେ ଏହି ଆପ୍ ଖାଦ୍ୟ ଏବଂ ଘରର ଜିନିଷ ପତ୍ରର ଡେଲିଭରୀ କରନ୍ତି । କିନ୍ତୁ ଏବେ ବହୁତ ଜଲଦି ଏହି ଆପ୍ ଆପଣଙ୍କ ଘର ପର୍ଯ୍ୟନ୍ତ ମଦ ବି ଡେଲିଭର କରିବେ ।
ଆସନ୍ତୁ ଜାଣିବା କେମିତି କରିବେ ଆପ୍ସକୁ ଡାଉନଲୋଡ୍
ଯଦି ଆପଣ ଏବେ ସୁଦ୍ଧା ଏହି ଆପ୍ସକୁ ନିଜ ମୋବାଇଲରେ ଡାଉନଲୋଡ କରିନାହାଁନ୍ତି, ତାହେଲେ ପ୍ରଥମେ ଏହି ଗ୍ରୋସରୀ ଆପ୍ସକୁ ପ୍ଲେ ଷ୍ଟୋରରୁ କିମ୍ବା ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ । ଡାଉନଲୋଡ କରିବାର ତରିକା ବହୁତ ସହଜ । ଆପଣଙ୍କୁ ପ୍ଲେ ଷ୍ଟୋରକୁ ଯିବାକୁ ହେବ, ଏଥିରେ ଆପର ନାମ ସର୍ଚ୍ଚ କରିବାକୁ ହେବ ଏବଂ ଇନଷ୍ଟଲ କରି ଲଗଇନ୍ କରିବାକୁ ହେବ । ଆପରେ ଲଗଇନ୍ କରିବା ପରେ ଆପଣଙ୍କୁ କିଛି ଡିଟେଲ୍ସ ସେୟାର କରିବାକୁ ହେବ । ଯାହାପରେ ଆପଣ ମଧ୍ୟ ଏହି ଆପ୍ସର ଲାଭ ଉଠାଇ ପାରିବେ ।
କିଙ୍ଗଫିସର୍ ଏବଂ ଏବି ଇନବେଭ କମ୍ପାନିଗୁଡିକ ଏହି ରାଜ୍ୟଗୁଡିକରେ ଘରୋଇ ମଦ ବିତରଣକୁ ମଧ୍ୟ ସମର୍ଥନ କରିଛନ୍ତି । କିନ୍ତୁ ପ୍ରାରମ୍ଭରେ ବିୟର-ୱାଇନ ଏବଂ କମ୍ ଆଲକୋହଲ ଥିବା ମଦ ଡେଲିଭରି ବିଷୟରେ ଆଲୋଚନା ହେଉଛି । ମଦ କମ୍ପାନିଗୁଡିକ ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି। କରୋନା ମହାମାରୀ ସମୟରେ ଅନଲାଇନ୍ ମଦ ବିତରଣ ହୋଇଥିଲା। ଏହି ବନ୍ଦକୁ ଦୃଷ୍ଟିରେ ରଖି ୪ ଟି ରାଜ୍ୟରେ ଘରେ ମଦ ବିତରଣ ପାଇଁ ସରକାର ଅନୁମତି ଦେଇଥିଲେ।