କ୍ୟାମେରା ନେଇ ନଦୀକୁ ବାହାରିଲେ ବୁଡ଼ାଳି, ୭ ମିଟର ଲମ୍ବା ଆନାକୋଣ୍ଡା ସହ ହେଲା ସାମ୍ନାସାମ୍ନି, ଦେଖନ୍ତୁ ଭିଡିଓ
ବ୍ରାଜିଲର ଫାରମୋସୋ ନଦୀକୁ ବର୍ଟେଲୋମେଓ ବୋଭ୍ ନାମକ ଜଣେ ବୁଡ଼ାଳି କ୍ୟାମେରା ନେଇ ବାହାରିଥିଲେ। ଆଉ ଏହାପରେ ନଦୀ ଭିତରେ ସେ ଯେଉଁ ଦୃଶ୍ୟ ଦେଖିବାକୁ ପାଇଲେ, ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବୋଭ୍ ଜଣେ ପ୍ରଫେଶନାଲ୍ ବୁଡ଼ାଳି। ତେଣୁ ସେ ପାଣିକୁ ବାହାରିଲା ମାତ୍ରେ ସବୁବେଳେ ସାଥୀରେ କ୍ୟାମେରା ନେଇ ଯାଇଥାଆନ୍ତି। ଏଥର ବି ସେ ଏହା କରିଥିଲେ, କିନ୍ତୁ ଯାହା ଦେଖିବାକୁ ପାଇଥିଲେ, ତାହା ଆଶ୍ଚର୍ଯ୍ୟ କଲା ଭଳି ଥିଲା। ଭିଡ଼ିଓରେ ସବୁଜ ରଙ୍ଗର ଏକ ଆନାକୋଣ୍ଡା ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଛି। ଆନାକୋଣ୍ଡା ପାଖାପାଖି ୯୦ କିଲୋର ରହିଛି।