ବିଦ୍ରୋହୀଙ୍କ କବଜାରେ ସିରିଆ, ଦାମାସ୍କସ ଛାଡି ପଳାଇଲେ ରାଷ୍ଟ୍ରପତି
ବିଦ୍ରୋହୀଙ୍କ କବଜାରେ ସିରିଆ ରାଜଧାନୀ । ସିରିଆ ରାଜଧାନୀ ଦାମାସ୍କସକୁ କବଜା କଲେ ବିଦ୍ରୋହୀ । ହମ୍ସ ସହରକୁ ଅକ୍ତିଆର ପରେ ଦାମାସ୍କସରେ ପଶିଛନ୍ତି ବିଦ୍ରୋହୀ । ଏଥିସହ ସିରିଆରେ ରାଷ୍ଟ୍ରପତି ବଶାର ଅଲ୍-ଅସାଦଙ୍କ ଶାସନର ପତନ ହୋଇଛି । ରାଷ୍ଟ୍ରପତି ବଶାର ଅସାଦ ଏକ ବିମାନରେ ଅଜ୍ଞାତ ସ୍ଥାନକୁ ଖସି ପଳାଇଥିବା ସୂଚନା ମିଳିଛି । ଅସାଦଙ୍କ ୨୪ ବର୍ଷର ଶାସନର ଅନ୍ତ ହୋଇଛି ।
୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ସିରିଆର ରାଷ୍ଟ୍ରପତି ଥିଲେ ଅସାଦ । ଇସଲାମିଷ୍ଟ ଗ୍ରୁପ୍ ହୟାତ ତାହାରିର ଅଲ-ଶାମ୍ -HTS ନେତୃତ୍ବରେ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ବିଦ୍ରୋହୀ । ହମ୍ସ ସହର ଅକ୍ତିଆର ପରେ ଆଜି ଦାମାସ୍କସରେ ପଶିଥିଲେ। ଦାମାସ୍କସରେ ଟିଭି ଓ ରେଡିଓ ଷ୍ଟେସନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ବିଦ୍ରୋହୀ । ଦାମାସ୍କସ ଏୟାରପୋର୍ଟରେ ଅରାଜକତାର ଦୃଶ୍ୟ । ସହରରେ ବିଦ୍ରୋହୀଙ୍କ ପ୍ରବେଶ ପରେ ଲୋକେ ପଳାଇ ଯିବାକୁ ବ୍ୟଗ୍ର । ବିମାନ ବନ୍ଦରକୁ ଛୁଟିଛନ୍ତି ବହୁ ସଂଖ୍ୟାରେ ଲୋକ । ଗୋଟିଏ ସପ୍ତାହ ପୂର୍ବରୁ ହଠାତ ଆକ୍ରମଣ ଆରମ୍ଭ କରିଥିଲେ ବିଦ୍ରୋହୀ । ପ୍ରଥମ ଆଲେପ୍ପୋ ସହର ଉପରେ ଆରମ୍ଭ କରିଥିଲେ ହମଲା ।
ବିଦ୍ରୋହୀମାନେ ଜେଲରେ କଏଦୀଙ୍କୁ ମୁକ୍ତ କରୁଛନ୍ତି । ଲୋକମାନେ ସରକାର ବିରୋଧରେ ପ୍ରଦର୍ଶନ ଜାରି କରିଛନ୍ତି । ଡୋମାରେ ସୈନିକ ୨ ଜଣ ପ୍ରଦର୍ଶନକାରୀଙ୍କୁ ହତ୍ୟା କରିଛି । ବିଦ୍ରୋହୀମାନେ କବଜା କରିବାରୁ ସୈନିକ ନିଜର ଅସ୍ତ୍ରଶସ୍ତ୍ର ଡିପୋ ଉଡାଇ ଦେଇଛନ୍ତି ।