କିଛି ଘଣ୍ଟାର ଅପେକ୍ଷା ପରେ ଆଜି ଭାରତରେ ପହଞ୍ଚିବ ତହାୱୁର, ଦିଲ୍ଲୀ ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଖୋଲିବ ପାକିସ୍ତାନର ମୁଖା ।  ଭାରତ ଆସୁଛି ତହାୱୁର ।  ଗତକାଲି ଭାରତୀୟ ସମୟ ସଂଧ୍ୟା ୭ଟା ୧୦ ମିନିଟରେ ରାଣାକୁ ଆମେରିକାରୁ ସ୍ବତନ୍ତ୍ର ବିମାନରେ ବସାଇ ଭାରତ ଅଣାଯାଉଛି ।  ଆଜି ପ୍ରାୟ ଅପରାହ୍ନ ୨ଟା ସମୟରେ ରାଣା ନୂଆଦିଲ୍ଲୀରେ ପହଞ୍ଚିବ ।

ଭାରତରେ ତାର ବିଚାର ହେବ ।  ଏଥିପାଇଁ ଦିଲ୍ଲୀ ଓ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।  ୨୦୦୮ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହାୱୁର ରାଣା । ଆମେରିକା ସୁପ୍ରିମକୋର୍ଟରେ ତହାୱୁର ର ଶେଷ ଅପିଲ ଖାରଜ ପରେ ପ୍ରତ୍ୟର୍ପଣ ପ୍ରକ୍ରିୟା ହୋଇଛି ।

ତାକୁ ଆଣିବା ପାଇଁ ଯାଇଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା – NIA DIGଙ୍କ ସହ ଏକ ଟିମ୍ ।  ଭାରତରେ ପହଞ୍ଚିବା ପରେ ଦିଲ୍ଲୀ NIA କୋର୍ଟରେ ହାଜର କରାଯିବ ।  କିଛି ଦିନ ଏନଆଇଏ ହେପାଜତରେ ରହିବା  ପରେ ତାକୁ ତିହାର ଜେଲରେ ରଖାଯାଇପାରେ ।

ଏଥିପାଇଁ ଦିଲ୍ଲୀ ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି  ।   ସେଠାରୁ ଟ୍ରାଏଲ ପାଇଁ ମୁମ୍ବାଇର ଆର୍ଥର ରୋଡ ଜେଲକୁ ତାହଉରକୁ ସିଫ୍ଟ କରାଯିବ ।  ଜେଲର ଯେଉଁ ସେଲରେ ଅଜମଲ କସାବ ଥିଲା ସେଠି ତାହାଉରକୁ ରଖାଯିବ ବୋଲି ସୂଚନା ମିଳିଛି  ।

ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ତହାୱୁର ରାଣା କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ସହରର ଏକାଧିକ ସ୍ଥାନରେ ଲସ୍କର-ଇ-ତୋଇବା ୧୦ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Also read: ୨୬/୧୧ ଅଭିଯୁକ୍ତ ତହାୱୁର ରାଣାଙ୍କୁ ଅଣାଯାଉଛି ଭାରତ, ବିମାନ ଯୋଗେ ହେବ ପ୍ରତ୍ୟର୍ପଣ