ଭାରତରେ ପହଞ୍ଚିଲା ତହାୱୁର, ଦିଲ୍ଲୀର ପାଲମ ବିମାନବନ୍ଦରରେ ହେଲା ସ୍ୱତନ୍ତ୍ର ଅବତରଣ

ଭାରତରେ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହାୱୁର  ରାଣା ।  ବହୁତ କଠିନ ପରିଶ୍ରମ ପରେ ତାଙ୍କୁ ଆମେରିକାରୁ ଭାରତକୁ ଅଣାଯାଇଛି । ତହାୱୁର  ରାଣା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିଛି ।

ଅଭିଯୁକ୍ତ ତହାୱୁର ରାଣାଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଆଜି  ଭାରତରେ ପହଞ୍ଚିଛି ।  ରାଣାଙ୍କୁ ଆମେରିକାରୁ ପ୍ରତ୍ୟାର୍ପଣ କରାଯାଇଛି ।  ବିମାନଟି ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ, ଜାତୀୟ ତଦନ୍ତ ସଂସ୍ଥା (NIA)ର ଏକ ଦଳ ତାଙ୍କୁ ହେପାଜତକୁ ନେଇଥିଲା ।  ରାଣାଙ୍କ ବିରୋଧରେ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରିବାର ଗମ୍ଭୀର ଅଭିଯୋଗ ରହିଛି ।  ରାଣାଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରାଯାଇଥିଲା ।  ଏବେ ତାଙ୍କୁ ପଚରାଉଚରା ଆରମ୍ଭ ହେବାର ସମ୍ଭାବନା ରହିଛି ।

ଏହି ହାଇପ୍ରୋଫାଇଲ୍ ଆତଙ୍କବାଦୀଙ୍କୁ ଦୃଷ୍ଟିରେ ରଖି ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢାଇଦିଆଯାଇଛି ।  ବିମାନବନ୍ଦରରେ SWAT କମାଣ୍ଡୋଙ୍କ ଏକ ଫୋର୍ସ ନିୟୋଜିତ ହୋଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ  କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରଠାରୁ କେନ୍ଦ୍ର ସରକାର ଦେଶ ବିରୋଧୀ ଲୋକଙ୍କ ଉପରେ କଡ଼ା ନଜର ରଖିଛି ।  ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଦେଶରେ ଆତଙ୍କବାଦ ଶେଷ ହେବାକୁ ଯାଉଛି ।

ତହୱୁର ରାଣାର ଭାରତ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।  ହେଲେ ଆମେରିକା ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ପ୍ରତ୍ୟାର୍ପଣର ବାଟ ଫିଟିଥିଲା ।  ଆଉ ତାକୁ ସ୍ୱତନ୍ତ୍ର ବିମାନ ଜରିଆରେ ଭାରତ ଆଣିବାର ବ୍ୟବସ୍ଥା କରାଯାଇଥିଲା  ।  ଭାରତ ପହଞ୍ଚିବା ପରେ ଜରୁରୀ ଆଇନଗତ ପ୍ରକ୍ରିୟା ପୂରା ହେବା ପରେ ଏନଆଇଏର ହେପାଜତରେ ଆତଙ୍କୀ ତହାୱୁର ରାଣାକୁ ରଖାଯିବ ।

Also read: କିଛି ଘଣ୍ଟାର ଅପେକ୍ଷା ପରେ ଆଜି ଭାରତରେ ପହଞ୍ଚିବ ତହାୱୁର, ଦିଲ୍ଲୀ ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି