NIAକୁ ମାଷ୍ଟର ମାଇଣ୍ଡ ରାଣାଙ୍କ ଡିମାଣ୍ଡ, କୋରାନ ସମେତ ମାଗିଲେ କିଛି ଏମିତି

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା । NIA ତାଙ୍କୁ ହେପାଜତକୁ ନେଇ ଲଗାତାର ପଚରାଉଚରାକୁ ଜାରି ରଖିଛି । ରାଣାଙ୍କ ଉଚ୍ଚ ସୁରକ୍ଷା ବ୍ୟବସ୍ଥାକୁ କଡ୍ଡାକଡ୍ଡି ରଖାଯିବା ସହ ତାଙ୍କ ଉପରେ ୨୪ଘଣ୍ଟାର ନଜର ରଖାଯାଇଛି । ଏହାରି ମଧ୍ୟରେ ତହୱୁର ରାଣା ତାଙ୍କର ୩ଟି ଦାବି ରଖିଛନ୍ତି ।
ସୂଚନାନୁଯାୟୀ, NIAକଷ୍ଟଡିରେ ଥିବା ସମୟରେ ରାଣା ୩ଟି ଦାବିକୁ ଜଣାଇଛନ୍ତି । ପ୍ରଥମ ଦାବିରେ ରାଣା କୋରାନ ମାଗିଥିଲେ । ଏହା ମଧ୍ୟ କହିଛନ୍ତି ଯେ, ସେ ନିଜକୁ ଧାର୍କିକ ଢଙ୍ଗରେ ଉପସ୍ଥାପନ କରି କହିଛନ୍ତି ସେ ଦିନକୁ ୫ଥର ନମାଜ ପାଠ କରନ୍ତି । ଦ୍ବିତୀୟ ଦାବିରେ କାଗଜ ଏବଂ କଲମ ମାଗିଥିଲେ । ତାହା ମଧ୍ୟ କଷ୍ଟଡି ପକ୍ଷରୁ ତାଙ୍କୁ ଯୋଗାଇ ଦିଆଯାଇଥିଲା । ରାଣା କଲମକୁ ଅସ୍ତ୍ର ବନେଇ କିଛି ଯେମିତି ନିଜର କ୍ଷତି ନ କରନ୍ତି ସେଥିପାଇଁ ତାଙ୍କ ଉରେ ନଜର ରଖାଯାଇଛି । ଦିଲ୍ଲୀ ଅଦାଲତର ନିର୍ଦ୍ଦେଶ କ୍ରମେ ତହୱୁର ରାଣାଙ୍କୁ ଦିଲ୍ଲୀର ଆଇନ ସେବା ପ୍ରାଧିକରଣ ଦ୍ବାରା ନିଯୁକ୍ତି ହୋଇଥିବା ଓକିଲଙ୍କ ସହିତ ବିକଳ୍ପ ଦିନରେ ଭେଟିବା ପାଇଁ ରାଣାଙ୍କୁ ଅନୁମତି ଦିଆଯାଇଛି ।
Also Read : ତହୱୁର ରାଣା ପରିବାରକୁ ନେଇ କଲେ ବଡ ଖୁଲାସା, ଜାଣିଲେ ଉଡିଯିବ ହୋସ