ବିମାନ ଏବଂ ଟ୍ରେନ ପରେ ଏବେ ତାଜମହଲକୁ ଉଡାଇବାକୁ ଧମକ, ଯାଞ୍ଚ ଆରମ୍ଭ

ତାଜମହଲକୁ ବୋମାରେ ଉଡାଇବାକୁ ଧମକ । ଧମକ ମିଳିବା ପରେ ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ତାଜମହଲକୁ ଉଡାଇବାକୁ ଇମେଲ ଜରିଆରେ ଧମକ ମିଳିଛି । ଏସିପି ତାଜ ସୁରକ୍ଷା ସୟଦ ଅରବୀ ଅହମଦ କହିଛନ୍ତି କି, ପର୍ଯ୍ୟଟନ ବିଭାଗକୁ ଇମେଲ ଆସିଛି । ସେହି ଆଧାରରେ ତାଜଗଂଜ ଥାନାରେ ମାମଲା ଦାୟର ହୋଇଛି ।

ଧମକ ମିଳିବା ପରେ ତାଜମହଲ ଭିତରେ ଏବଂ ବାହାରେ ଯାଞ୍ଚ ଚାଲିଛି । ତାଜମହଲ ଭିତରେ ସିଆଇଏସଏଫ ଟିମ୍ ଯାଞ୍ଚ କରୁଛି । ଆଖପାଖ ଅଞ୍ଚଳକୁ ସର୍ଚ୍ଚ କରାଯାଉଛି । ଖବର ମିଳିବା ପରେ ଯାଞ୍ଚ ବେଳେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ ।

ଖବର ମୁତାବକ, ଧମକ ମିଳିଥିବା ଇମେଲରେ ବୋମା ଫାଟିବାର ସମୟ ମଧ୍ୟ କୁହାଯାଇଛି । ଇମେଲରେ ତାଜମହଲରେ ବୋମା ଲାଗିଛି । ଏହା ସକାଳ ୯ଟାରେ ଫୁଟିବ ବୋଲି କୁହାଯାଇଛି । ଇମେଲ ମିଳିବା ପରେ ସୁରକ୍ଷା ଏଜେନ୍ସୀ ଆଲର୍ଟ ରହିଛି । ପୋଲିସ ମାମଲାର ଯାଞ୍ଚ କରୁଛି । ମେଲ୍ କରିଥିବା ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ପୋଲିସ ।

ଗତ କିଛିଦିନ ତଳୁ ସ୍କୁଲ, ଟ୍ରେନ, ହୋଟେଲ ଏବଂ ବିମାନକୁ ବୋମାରେ ଉଡାଇବାକୁ ଧମକ ମିଳିବା ପରେ ତାଜମହଲକୁ ଧମକ ମିଳିଛି । ବୋମା ଧମକ ଅଧିକାଂଶ ଗୁଜବ ବୋଲି ଯାଞ୍ଚରୁ ଜଣାପଡିଛି । କିନ୍ତୁ ତାଜମହଲକୁ ଉଡାଇବାକୁ ଧମକ ମିଳିବା ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ ଚାଲିଛି ।