ଦେଶ ବିଦେଶ

ଖୋଲିଲା ତାଜମହଲ, ଗୋଟିଏ ଦିନରେ ମିଳିବ ୫ହଜାର ଯାତ୍ରୀଙ୍କୁ ଅନୁମତି

ପାଖାପାଖି ୬ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବା ପରେ ଖୋଲୁଛି ତାଜମହଲ। ସୂଚନା ମୁତାବକ ବିଶ୍ୱର ୭ଟି ରହସ୍ୟମୟ ସ୍ଥାନ ମଧ୍ୟରୁ ଆଜି ପୁଣି ଥରେ ଖୋଲିଛି ତାଜମହଲ୍‌। ୧୭ମାର୍ଚ୍ଚରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ଜରିଆରେ ସଂରକ୍ଷିତ ସମସ୍ତ ପର୍ଯ୍ୟଟନ ସ୍ଥଳିକୁ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରାଳୟ ସହ ଆଲୋଚନା ପରେ ବନ୍ଦ କରିଦିଆଯାଇଥିଲା। ଯାହାକୁ ଏସଏଆରଏସ-ସିଓବି-୨ ର ତୀବ୍ର ପ୍ରକୋପରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦେବା ପାଇଁ କୁହାଯାଇଥିଲା।

ସୂଚନା ଯୋଗ୍ୟ ତାଜମହଲ ପରିସରରେ ଦେଓ୍ଵଘର ସେନଗୁପ୍ତା ନାମକ ଜଣେ ବ୍ୟକ୍ତି ପାଦ ରଖିବା ନେଇ କହିଛନ୍ତି, ‘‘ମୁଁ ଗତ ୧୯ ସେପ୍ଟେମ୍ବରରେ ପ୍ରୟାଗରାଜରେ SSB ପରୀକ୍ଷା ଦେବା ପରେ ସେଠାରୁ ଏକ ଟ୍ରେନ ଧରି ତାଜମହଲ୍‌ ଦେଖିବା ପାଇଁ ପହଞ୍ଚିଛି। ଆଗକୁ ଦେଓ୍ଵଘର ଏହା ମଧ୍ୟ କହିଛନ୍ତି, ଏଠାରେ ସରକାରୀ ଲକର୍‌ ରୁମ୍‌ ବନ୍ଦ କରିଦିଆଯାଇଛି, ଯେଉଁ କାରଣରୁ ମତେ ନିଜର ଜିନିଷ ପତ୍ର ଏକ ଘରୋଇ ଦୋକାନରେ ରକିବାକୁ ପଡିଲା। କିନ୍ତୁ ଏସବୁ ପରେ ଯେତବେଳେ ମୁଁ ପ୍ରଥମ ଥର ତାଜମହଲ ଦେଖିଲି, ଆବାକ୍‌ ହୋଇ ରହିଯାଇଥିଲି। ଏହା ଖୁବ୍‌ ଆଶ୍ଚର୍ଯ୍ୟମୟ। ଏହାବ୍ୟତୀତ ବର୍ତ୍ତମାନ କମ ଭିଡରେ ଦର୍ଶକମାନେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।

ଏନେଇ ଜଣେ ଗାଇଡ୍‌ ସେଫାଳୀ କହିଛନ୍ତି, ‘‘ଆମମାନଙ୍କ ଶରୀରର ତାପମାତ୍ରା ଯାଞ୍ଚ କରିବା ପରେ ହିଁ ଭିତରକୁ ଯିବାକୁ ଅନୁମତି ଦିଆଯାଇଛି। ଏଥିସହ ପ୍ରବେଶ ପଥରେ ହିଁ ଜୋତା ସାନିଟାଇଜ୍‌ କରାଯାଉଛି। କୋଭିଡ୍‌ ନିୟମକୁ ଧ୍ୟାନରେ ରଖି ଉଲ୍ଲେଖ କରାଯାଇଛି ଗୋଟିଏ ଦିନରେ ଏଠାରେ ୫ ହଜାରରୁ ଅଧିକ ଯାତ୍ରୀଙ୍କୁ ଅନୁମତି ଦିଆଯିବ ନାହିଁ। ଏଥିସହ ସମୂହ ଫଟୋକୁ ପ୍ରୋତ୍ସାହିତ କରାଯିବ ନାହିଁ। ଏଥିସହ ଯାତ୍ରୀମାନେ ଯେପରି ସ୍ମାରକର ରେଲିଂ ଏବଂ କାନ୍ଥକୁ ନଛୁଇଁବେ ସେଥିପ୍ରତି ଧ୍ୟାନ ଦିଆଯିବ। ଏଏସଆଇ ଜରିଆରେ ଅଧିକାଂଶ ଐତିହାସିକ ସ୍ଥଳ ଖେଲିଥିବା ବେଳେ ଆଗ୍ରା କିଲ୍ଲା ଏବଂ ତାଜମହଲ ବନ୍ଦ ରହିଥିଲା, ଯାହା ଆଜି ଖୋଲିଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

53 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago