ଆଇପିଏଲ୍ ୨୦୨୧ : ଆଫଗାନିସ୍ତାନରେ ପ୍ରସାରଣ ହେବନି ଆଇପିଏଲ୍ ମ୍ୟାଚ୍, ଏମିତି ରୋକ ଲଗାଇଲା ତାଲିବାନ
ନୂଆଦିଲ୍ଲୀ : ଆଇପିଏଲ ୨୦୨୧ ର ଦ୍ୱିତୀୟ ଫେଜ୍ ଖେଳ ରବିବାର ୟୁପିଏ ରେ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ଫେଜର ପ୍ରଥମ ମୁକାବିଲା ଦୁବାଇରେ ଆରମ୍ଭ ହୋଇଛି । ଏହି ଖେଳର ମଜା ସବୁ ଦେଶର ଲୋକେ ଉଠାଉଥିବା ବେଳେ ଆମର ପଡୋଶୀ ଦେଶ ଆଫଗାନିସ୍ତାନରେ କିନ୍ତୁ ଏହି ଖେଳକୁ ବ୍ୟାନ କରିଛି ତାଲିବାନ ।
ଆଫଗାନିସ୍ତାନରେ ଆଇପିଏଲ ଖେଳ ପ୍ରସାରଣ ହେବନି ବୋଲି କହିଛି ତାଲିବାନ । ତାଲିବାନରେ ଆଇପିଏଲ୍ ଖେଳ ଇସଲାମ ବିରୋଧୀ ବୋଲି କହିଛି ତାଲିବାନ । ପଡ଼ିଆରେ ବସିଥିବା ବିନା ବୁର୍ଖାରେ ମହିଳା ଓ ଚିଅରସ ଗାର୍ଲକୁ ନେଇ ତାଲିବାନଙ୍କ ବିରୋଧ ବୋଲି କହିଛନ୍ତି ତାଲିବାନି ।
ତେଣୁ ଆଫଗାନର ନେସନାଲ ଟିଭି ଓ ରେଡିଓରେ ଆଇପିଏଲ୍ ପ୍ରସାରଣ ହେବନି ବୋଲି ତାଲିବାନ ବାରଣ କରିଛି । ଏବେ ଆଇପିଏଲ୍ ଖେଳରେ ଆଫଗାନ ଖେଳାଳି ମଧ୍ୟ ଖେଳୁଛନ୍ତି । ଏବେ ହାଇଦ୍ରାବାଦ ଟିମରେ ଖେଳୁଛନ୍ତି ଆଫଗାନର ଏହି ଦୁଇ ଖେଳାଳି ରାଶିଦ ଓ ନବୀ ସନ୍ରାଇଜରସ । ଆଫଗାନିସ୍ତାନରେ ତାଲିବାନମାନେ ଦଖଲ କରିବା ବେଳେ ଏହି ଦୁଇ ଖେଳାଳି ଦେଶ ବାହରେ ଥିଲେ ।