ମହିଳା ବିକ୍ଷୋଭକାରୀଙ୍କ ଉପରେ ତାଲିବାନୀଙ୍କ ବର୍ବରତା, ରାଜରାସ୍ତାରେ ଆନ୍ଦୋଳନକାରୀଙ୍କ ଉପରେ ଗୁଳିମାଡ଼

କାବୁଲ : ମହିଳା ବିକ୍ଷୋଭକାରୀଙ୍କ ଉପରେ ତାଲିବାନର ବର୍ବରତା । କାବୁଲ ରାଜରାସ୍ତାରେ ଆନ୍ଦୋଳନକାରୀଙ୍କ ଉପରେ ଗୁଳିମାଡ଼ କରିଛନ୍ତି ତାଲିବାନୀ । ଅତି ନିକଟରୁ ଗୁଳି ମାରୁଥିବା ଦେଖିବାକୁ ମିଳିଛି । ଆଫଗାନିସ୍ତାନରେ ତାଲିବାନ ଶାସନକୁ ବର୍ଷେ ପୂରିଛି । ଏହି ଅବସରରେ ମହିଳାମାନେ ଖାଦ୍ୟ, ନିଯୁକ୍ତି ସହ ସେମାନଙ୍କର ସ୍ୱାଧୀନତା ଅଧିକାର ପାଇଁ ପୁଣି ଥରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଏତିକିବେଳେ ମହିଳା ଆନ୍ଦୋଳନକାରୀଙ୍କ ଉପରେ ଗୁଳିମାଡ଼ କରିଥିଲେ ତାଲିବାନୀ । ପାଞ୍ଚ ମିଟର ଦୂରରୁ ଗୁଳି ଚଳାଇଥିଲେ । ଭୟଭୀତ ହୋଇ ଏଣେତେଣେ ଦୌଡ଼ିଥିଲେ ଆନ୍ଦୋଳନକାରୀ । ଆଫଗାନିସ୍ତାନକୁ ତାଲିବାନ ଶାସନ ଫେରିବା ପରେ ମହିଳାଙ୍କ ଅଧିକାର ସଂକୁଚିତ ହୋଇଛି ବୋଲି କହିଛନ୍ତି ମହିଳା ବିକ୍ଷୋଭକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.