ଆଫଗାନିସ୍ତାନ ବାୟୁସେନାର ଏୟାରଷ୍ଟ୍ରାଇକ, ଏକାଥରେ ସଫା ହେଲେ ୨୫୪ ତାଲିବାନ ଆତଙ୍କବାଦୀ

ତାଲିବାନ ଉପରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ । ଏକାଥରେ ସଫା ହେଲେ ୨୫୪ ଆତଙ୍କବାଦୀ । ଆଫଗାନିସ୍ତାନ ବାୟୁସେନାର ଏୟାରଷ୍ଟ୍ରାଇକରେ ୨୫୪ ତାଲିବାନି ଆତଙ୍କବାଦୀ ମୃତ । ଏହା ସହ ୯୭ରୁ ଅଧିକ ଆତଙ୍କବାଦୀ ଆହତ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ତାଲିବାନର ୧୩ ଆତଙ୍କବାଦୀ ଶିବିରରେ ଏୟାରଷ୍ଟ୍ରାଇକ୍‌ କରିଛି ଆଫଗାନ ବାୟୁସେନା । କାବୁଲ, କନ୍ଧାର, କୁନ୍ଦୁଜ, ହେରାତ, ହେରାତ, ହେଲମଦ ଏବଂ ଗଜନୀ ଆଦି ଅଞ୍ଚଳରେ ଏହି ଏୟାରଷ୍ଟ୍ରାଇକ୍‌ ହୋଇଛି ।

ତାଲିବାନ ଆତଙ୍କବାଦୀଙ୍କ ଉପରେ ଏହା ବତ୍ତର୍ମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ । ଏୟାରଷ୍ଟ୍ରାଇକ୍‌ ପାଇଁ ଆତଙ୍କବାଦୀଙ୍କ ବଙ୍କରକୁ ଟାର୍ଗେଟ କରାଯାଇଥିଲା । ପ୍ରାୟ ୧୩ଟି ଆଇଇଡି ଡିଫ୍ୟୁଜ କରାଯାଇଥିଲା । ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.