ନରୱେ ଦୂତାବାସକୁ କବଜା କଲା ତାଲିବାନ, ମଦ ବୋତଲ ଭାଙ୍ଗି ବହିଲେ ଲଗାଇଲା ନିଆଁ

ନୂଆଦିଲ୍ଲୀ : ତାଲିବାନର ଗୋଟିଏ ପରେ ଗୋଟିଏ ବର୍ବରକାଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଆଫଗାନିସ୍ତାନରେ ଥିବା ନରୱେ ଦୂତାବାସକୁ କବଜା କରିଛନ୍ତି ବନ୍ଧୁକଧାରୀ ତାଲିବାନୀ । ଏହାପରେ ସେଠାରେ ଥିବା ଓ୍ଵାଇନ ବୋତଲ ଓ ପିଲାଙ୍କ ପାଠପଢା ବହିକୁ ନଷ୍ଟ କରିଛନ୍ତି । ଦୂତାବାସ ଭିତରେ ଫଟୋ ମଧ୍ୟ ଉଠାଇଛନ୍ତି । ଏନେଇ ଇରାନରେ ଅବସ୍ଥାପିତ ନରୱେର ରାଷ୍ଟ୍ରଦୂତ ସିଗଭାଲଦ ହଗ୍‌ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , ତାଲିବାନ ଏବେ ନରୱେ ଦୂତାବାସକୁ ନିଜ ନିୟନ୍ତ୍ରଣକୁ ନେଇଛି । ଏହାକୁ ପରେ ଆମକୁ ଫେରାଇବେ ବୋଲି କହିଛନ୍ତି । ସେଠାରେ ଥିବା ୱାଇନ ବୋତଲକୁ ଭାଙ୍ଗି ଦେଇଛନ୍ତି ।

 

ସେହିପରି ପିଲାମାନଙ୍କ ବହିଗୁଡ଼ିକୁ ନଷ୍ଟ କରିଦେଇଛନ୍ତି । ବିଦେଶୀ ରାଷ୍ଟ୍ରର ଦୂତାବାସ ସମେତ କୌଣସି କାର୍ଯ୍ୟାଳୟକୁ କବଜା କରିବ ନାହିଁ ବୋଲି ତାଲିବାନ କହିଥିଲା । ଏ ସବୁକୁ ସୁରକ୍ଷା ଦେବାକୁ ପ୍ରତିଶୃତି ଦେଇଥିଲା । ଏବେ ନରୱେ ଦୂତାବାସକୁ ଦଖଲ କରି ନିଜର ଅସଲ ଚରିତ୍ର ସମସ୍ତଙ୍କୁ ଦେଖାଇଛି ତାଲିବାନ । ତାଲିବାନର କାବୁଲ ଦଖଲ ପରେ ନରୱେ ଓ ଡେନମାର୍କ ନିଜ ନିଜର ଦୂତାବାସକୁ ବନ୍ଦ କରିଥିଲେ । ଏଥିସହ ନିଜର କର୍ମଚାରୀଙ୍କୁ ଏୟାରଲିଫ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.