ପାକିସ୍ତାନୀ ମିଡିଆ ଉପରେ ତାଲିବାନର ବଢ଼ିଲା ପ୍ରଭାବ, ନ୍ୟୁଜ୍‌ ଆଙ୍କର ଲାଇଭ୍‌ ଶୋ’ରେ ପିନ୍ଧିଲେ ହିଜାବ୍‌

ଆଫଗାନିସ୍ତାନ କବ୍‌ଜା କରିବା ପରେ ଏବେ ତାଲିବାନର ପ୍ରଭାବ ପାକିସ୍ତାନ ଉପରେ ବଢ଼ିବାରେ ଲାଗିଛି। ପାକିସ୍ତାନୀ ମିଡିଆ ଉପରେ ମଧ୍ୟ ତାଲିବାନୀ ବିଚାରର ପ୍ରଭାବ ଦେଖିବାକୁ ମିଳିଛି। ୧୬ ସେପ୍ଟେମ୍ବରରେ ଏକ ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲର ଆଙ୍କର ହିଜାବକୁ ଯଥାର୍ଥତା ଦର୍ଶାଇ ଲାଇଭ୍‌ କ୍ୟାମେରା ସାମ୍ନାରେ ହିଜାବ ପିନ୍ଧି ଦେଖା ଦେଇଥିଲେ ଏବଂ କହିଥିଲେ କି, ଏହାକୁ ପିନ୍ଧିବା ଦ୍ୱାରା ଭାବନା ବଦଳେ ନାହିଁ।

ଏହି ନ୍ୟୁଜ୍‌ ଆଙ୍କରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲାଇଭ୍‌ ଡିବେଟ୍‌ରେ ପାକିସ୍ତାନୀ ପ୍ରଫେସର ପରଭେଜ୍‌ ହୁଡଭୋୟ ମଧ୍ୟ ଉପସ୍ଥିତ ଥିଲେ, ଯିଏ କହୁଥିଲେ କି, ଏବେ ପାକିସ୍ତାନୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ଝିିଅମାନଙ୍କୁ ହିଜାବ ପିନ୍ଧିବାକୁ କୁହାଯାଉଛି। ଏହାର ଉତ୍ତରରେ ଆଙ୍କର ସାମାନ୍ୟ ହଡ଼ବଡେଇ ଯାଇଥିଲେ ଏବଂ ହିଜାବ ପିନ୍ଧି ନଜର ଆସିଥିଲେ।

କାୟଦେ ଆଜମ୍‌ ୟୁନିଭର୍ସିଟିରେ ପଢ଼ାଉଥିବା ପରଭେଜ୍‌ ହୁଡଭୋୟ କହିଥିଲେ, ‘ମୁଁ ୧୯୭୩ ମସିହାରୁ ପଢ଼ାଇବା ଆରମ୍ଭ କରିଥିଲି, ସେତେବେଳେ ୪୭ ବର୍ଷ ପୂର୍ବେ ଜଣେ ଝିଅ ଆପଣଙ୍କୁ ବୁର୍ଖାରେ ଦେଖା ଦେଉଥିଲା। ଏବେ ତ ହିଜାବ ବୁର୍ଖା ସାଧାରଣ ହୋଇଯାଇଛି। ନର୍ମାଲ ଝିଅମାନେ ଦେଖାଯାଉ ନାହାନ୍ତି, ଯେତେବେଳେ ସେମାନେ କ୍ଲାସ୍‌ ରୁମ୍‌ରେ ବସୁଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.