ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଛନ୍ତି କି? ଏଣିକି କେବଳ ଜରିମାନା ନୁହେଁ, ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଏଣିକି କେବଳ ଆଉ ଜରିମାନା ନୁହେଁ, ବାତିଲ ହେବ ଡ୍ରାଇଭିଂ ଲାଇସେନ୍‌ସ। ସଡ଼କ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମ କୋର୍ଟଙ୍କ କମିଟି ଏହି ନିର୍ଦ୍ଦେଶ ଦେବା ପରେ ରାଜ୍ୟର ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି ପରିବହନ କମିସନର। ଏହାସହ ନିର୍ଦ୍ଧାରିତ ବେଗ ଠାରୁ ଦ୍ରୁତଗତିରେ ଗାଡ଼ିଚାଳନା, ଓଭର ଲୋଡିଂ, ମଦ୍ୟପାନ କରି ଗାଡ଼ିଚାଳନା କଲେ ମଧ୍ୟ ଡ୍ରାଇଭିଂ ଲାଇସେନ୍‌ସ ବାତିଲ ହେବ।

ପୂର୍ବରୁ ମଦ୍ୟପଙ୍କ ଡ୍ରାଇଭିଂ ଲାଇସେନ୍‌ସ ବାତିଲ ପାଇଁ ନିର୍ଦ୍ଦେଶ ରହିଥିଲା। ଏହାସହ ଗିରଫ କରିବାକୁ ମଧ୍ୟ କୁହାଯାଇଥିଲା। କିନ୍ତୁ ମଦ୍ୟପ ଡ୍ରାଇଭରଙ୍କ ଶତପ୍ରତିଶତ ଡ୍ରାଇଭିଂ ଲାଇସେନ୍‌ସ ବାତିଲ ହେଉନାହିଁ। ସୁପ୍ରିମ କୋର୍ଟଙ୍କ କମିଟି ତ୍ରୈମାସିକ ସମୀକ୍ଷା କରି ଏହାର ପ୍ରମାଣ ପାଇ ଘୋର ଉଦବେଗ ପ୍ରକାଶ କରିଛନ୍ତି। ଫଳରେ ସୁପ୍ରିମ କୋର୍ଟଙ୍କ ନିୟମକୁ କଡ଼ାକଡ଼ି ପାଳନ ପାଇଁ ଆରଟିଓଙ୍କୁ ଚିଠି ଲେଖିଛନ୍ତି ପରିବହନ କମିସନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.