ତାମିଲନାଡୁ : ବିଜେପି ଅଧ୍ୟକ୍ଷଙ୍କୁ ଉଠାଇନେଲା ପୋଲିସ, ୧୦୦୦ କୋଟି ଟଙ୍କାର ଅନିୟମିତତା ବିରୋଧରେ ଦେଇଥିଲେ ଧାରଣା

ତାମିଲନାଡୁ ରାଜନୀତିରେ ଡିଏମକେ ଏବଂ ଭାରତୀୟ ଜନତା ପାର୍ଟି ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ ତାମିଲନାଡୁ ପ୍ରଦେଶ ବିଜେପିର ବରିଷ୍ଠ ନେତା ଏବେ ପୋଲିସ ହେପାଜତରେ । ଟିଏଏସଏମଏସି ଦୁର୍ନୀତି ମାମଲାରେ ବିଜେପି ନେତା ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ ସେମାନଙ୍କୁ ହାଜତକୁ ନେଇଥିବା ଜଣାପଡିଛି । ତାମିଲନାଡୁର ବିଜେପି ଅଧ୍ୟକ୍ଷ ଆନ୍ନାମଲାଇ, ବରିଷ୍ଠ ନେତ୍ରୀ ତାମିଲସାଇଙ୍କ ସମେତ ଅନେକ ନେତା ପୋଲିସ ହାଜତରେ ଥିବା ଜଣାପଡିଛି ।

ସୂଚନା ଅନୁସାରେ, ବିଜେପି ୧,୦୦୦ କୋଟି ଟଙ୍କାର ଅନିୟମିତତା ବିରୋଧରେ ଟିଏଏସଏମଏସିର ମୁଖ୍ୟାଳୟରେ ଧାରଣା ଦେବାକୁ କହିଥିଲା । ମଦ ଦୁର୍ନୀତି ମାମଲାରେ ଏକ ହଜାର କୋଟିରୁ ଅଧିକ ଟଙ୍କା ଦୁର୍ନୀତି ଅଭିଯୋଗ ରହିଛି । ତାମିଲନାଡୁ ମନ୍ତ୍ରୀ ସାନ୍‌ଥିଲ୍ ବାଲାଜୀ ଇଡିର ଅଭିଯୋଗକୁ ଭିତ୍ତିହୀନ କହି ତାମିଲନାଡୁ ସରକାରଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ।

ଏହି ମାମଲାରେ ପୋଲିସ ତାମିଲନାଡୁର ବିଜେପି ଅଧ୍ୟକ୍ଷ ଆନ୍ନାମଲାଇ, ବରିଷ୍ଠ ନେତ୍ରୀ ତାମିଲସାଇଙ୍କ ସମେତ ଅନେକ ନେତାଙ୍କୁ ଉଠାଇ ନେଇଛି । ଦଳର ମହିଳା ମୋର୍ଚ୍ଚା ମୁଖ୍ୟ ଏବଂ କୋଏମ୍ବାଟୁର ଦକ୍ଷିଣ ବିଧାୟକ ବନଥି ଶ୍ରୀନିବାସନ, ଦଳୀୟ ନେତା ବିନୋଜ ପି ସେଲଭାମ ଏବଂ ଅମର ପ୍ରସାଦ ରେଡ୍ଡୀଙ୍କ ଭଳି ଅନ୍ୟ ପଦାଧିକାରୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଇଡି ED ଦାବି କରିଥିଲା ଯେ ମାର୍ଚ୍ଚ ୬ ତାରିଖରେ TASMAC କର୍ମଚାରୀ, ଡିଷ୍ଟିଲେରୀ ଅଫିସ ଏବଂ ପ୍ଲାଣ୍ଟରେ ଚଢାଉ କରିବା ପରେ ଏହାର ପ୍ରମାଣ ମିଳିଛି ।

ତେବେ ଏନେଇ ଆନ୍ନାମଲାଇ କହିଛନ୍ତି, TASMACରେ ୧୦୦୦ କୋଟି ଟଙ୍କାର ଅନିୟମିତତା ହୋଇଛି । ବିଜେପି ଏହାର ବିରୋଧ ଜାରି ରଖିବ । ପୋଲିସ ତାମିଲିସାଇ ସୁନ୍ଦରରାଜନଙ୍କ ସହିତ ପାର୍ଟିର ବରିଷ୍ଠ ନେତାଙ୍କ ଘର ଉପରେ ନଜରବନ୍ଦୀ ରଖିଛି ।

ସୂଚନାଯୋଗ୍ୟ, ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ ଲିମିଟେଡ ମାଧ୍ୟମରେ ତାମିଲନାଡୁ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ରହିଛି । ଲାଇସେନ୍ସ ଦେବା ସମୟରେ କୋଟି କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ କରିଛି ଇଡି ।

Also Read : ରାନ୍ୟାଙ୍କ ଜାମିନ୍ ଆବେଦନକୁ ଖାରଜ କଲେ କୋର୍ଟ, ଜେଲରେ ମିଳୁଛି ନିର୍ଯ୍ୟାତନା କଲେ ଅଭିଯୋଗ