ତାମିଲନାଡୁ ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କଲେ ରାଜ୍ୟପାଳ
ତାମିଲନାଡୁ ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କଲେ ରାଜ୍ୟପାଳ। ରାଜଭବନରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି, ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ ଚାକିରି ବଦଳରେ ଟଙ୍କା ନେବା ଏବଂ ମନି ଲଣ୍ଡରିଂ ଭଳି ଅପରାଧିକ ମାମଲାର ଛନ୍ଦି ହୋଇଛନ୍ତି।
ତାମିଲନାଡୁ ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କଲେ ରାଜ୍ୟପାଳ। ରାଜଭବନରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି, ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ ଚାକିରି ବଦଳରେ ଟଙ୍କା ନେବା ଏବଂ ମନି ଲଣ୍ଡରିଂ ଭଳି ଅପରାଧିକ ମାମଲାର ଛନ୍ଦି ହୋଇଛନ୍ତି। ବର୍ତ୍ତମାନ ସେ ବିଚାରବିଭାଗୀୟ ହାଜତରେ ଅଛନ୍ତି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାର ତଦନ୍ତ କରୁଛି।
ଏହାସହ ଅନେକ ଅପରାଧିକ ମାମଲାର ତଦନ୍ତ ରାଜ୍ୟ ପୋଲିସ ଦ୍ୱାରା କରାଯାଉଛି। ଭି ସେନ୍ଥିଲ ବାଲାଜୀ ମନ୍ତ୍ରୀ ପଦରେ ରହିଲେ ନିରପେକ୍ଷ ତଦନ୍ତରେ ବାଧା ସୃଷ୍ଟି ହେବ। ତେଣୁ ରାଜ୍ୟପାଳ ତାଙ୍କୁ ତତ୍କାଳ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି ବୋଲି ପ୍ରେସ ବିବୃତ୍ତିରେ କୁହଯାଇଛି। ଜୁନ୍ ୧୪ ତାରିଖ ସକାଳେ ଭି. ସେନ୍ଥିଲ ବାଲାଜୀଙ୍କୁ ଗିରଫ କରିଥିଲା ଇଡି।
ଏହାପରେ ସେନ୍ଥିଲ ବାଲାଜୀଙ୍କୁ ୨୮ ଜୁନ୍ ପର୍ଯ୍ୟନ୍ତ ବିଚରବିଭାଗୀୟ ହାଜତକୁ ପଠାଯାଇଥିଲା। ଗିରଫ ହେବା ପରେ ସେନ୍ଥିଲ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସମୟରେ ସେ କାନ୍ଦିବାର ଭିଡିଓ ବେଶ ଚର୍ଚ୍ଚିତ ହୋଇଥିଲା।