ତାମିଲନାଡୁ ବିଷାକ୍ତ ମଦ ମୃତ୍ୟୁ ଘଟଣା : ୪୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ମାମଲାରେ ୩ ଗିରଫ

ତାମିଲନାଡୁର ବିଷାକ୍ତ ମଦ ପିଇବା ମାମଲାରେ ମୃତ୍ୟୁସଂଖ୍ୟା ୪୯ରେ ପହଞ୍ଚିଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ୧୫ ଦିନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି । ତାମିଲନାଡୁର ବିଜେପି ଅଧ୍ୟକ୍ଷ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ସିବିଆଇ ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ବେଆଇନ ଭାବେ ମଦ ବିକ୍ରି କରୁଥିବା କେ. କନ୍ନୁକୁଟ୍ଟିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିଲା । ତାଙ୍କ ନିକଟରୁ ୨ଶହ ଲିଟର ମଦ ଜବତ ହୋଇଥିବା ବେଳେ ତାହାକୁ ପରୀକ୍ଷା ନିମନ୍ତେ ଲ୍ୟାବ୍କୁ ପଠାଯାଇଥିଲା । ଏହାପରେ ସେଥିରେ ବିଷାକ୍ତ ମିଥାଇଲ ନାମକ ପଦାର୍ଥ ଥିବା ଜଣାଯାଇଛି ।
ସେହିପରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି, ଅପରାଧରେ ସଂପୃକ୍ତ ଲୋକଙ୍କୁ ଗିରଫ କରାଯାଇଛି । ବେଆଇନ ମଦ ରୋକିବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି । ଏଭଳି ଅପରାଧରେ କେହି ସଂପୃକ୍ତ ଥିବା ନେଇ କାହା ବିରୋଧରେ ଯଦି ଜନସାଧାରଣ ଅଭିଯୋଗ କରନ୍ତି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଷ୍ଟାଲିନ କହିଥିଲେ ।
ତାମିଲନାଡ଼ୁ ରାଜ୍ୟପାଳ ଆର. ଏନ ରବି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଅସୁସ୍ଥଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ଅଧିକାଂଶ ସମୟରେ ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ବହୁ ଜୀବନ ଚାଲି ଯାଉଥିବା ନଜର ଆସିଛି ।
୨୦୨୩ରେ ବିଷାକ୍ତ ମଦ ପିଇ ତାମିଲନାଡୁର ବିଲୁପୁରମରେ ୧୬ ଓ ଚେଙ୍ଗଲପଟୁ ଜିଲ୍ଲାର ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ରାଷ୍ଟ୍ରୀୟ ମାନବଧିକାର ଆୟୋଗ ତାମିଲନାଡ଼ୁ ସରକାରଙ୍କୁ ନୋଟିସ ଜାରି କରିଥିଲେ । ଏହି ମାମଲାର ଯାଂଚ ପାଇଁ ସିବି-ସିଆଇଡ଼ିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେହପରି ବେଆଇନ ମଦ ପ୍ରସ୍ତୁତ ଅଭିଯୋଗରେ ମୋଟ ୮ ଜଣଙ୍କୁ ଗିରଫ ଗିରଫ କରିଥିଲା ତାମିଲନାଡୁପୋପୁଲିସ । ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ହୋଇଥିବା ବିଷାକ୍ତ ମଦରେ ମିଥାନଲ ଥିବା ସନ୍ଦେହ କରି ଲ୍ୟାବକୁ ପଠାଯାଇଥିଲା ।