କରୋନା ଯୁଦ୍ଧରେ ସାମିଲ ହେଲେ ତାମିଲନାଡୁ ଜେଲର କଏଦୀ, ପ୍ରତିଦିନ ତିଆରି କରୁଛନ୍ତି ୨୩ ହଜାର ମାସ୍କ

ଦିନେ ଅପରାଧ କରିବା ବେଳେ ମୁହଁ ଲୁଚେଇବାକୁ ମାସ୍କ ବ୍ୟବହାର କରୁଥିବା ଅପରାଧୀ ଆଜି ଲୋକଙ୍କ ହିତ ପାଇଁ ମାସ୍କ ପ୍ରସ୍ତୁତ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁ ଜେଲରେ। ଏଠାକାର କଏଦୀମାନେ ଜିଲ୍ଲା ପୋଲିସ ଓ ସାଧାରଣ ଲୋକଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି। ସୂଚନା ମୁତାବକ ରାଜ୍ୟର କଏଦୀ ମାନେ ପ୍ରତିଦିନ ୨୩ ହଜାର ମାସ୍କ ତିଆରି କରୁଛନ୍ତି।

Prison inmates make masks to meet demand - The Hindu

 

ପୋଲିସ ଅଧିକାରୀଙ୍କୁ ମାସ୍କ ନ ମିଳିବାରୁ ସେମାନେ କଏଦୀଙ୍କ ମାଧ୍ୟମରେ ମାସ୍କ ପ୍ରସ୍ତୁତ କରିବାକୁ ଚିନ୍ତା କରିଥିଲେ। ପରେ କଏଦୀମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ। ପ୍ରତ୍ୟେକ ମାସ୍କର ମୂଲ୍ୟ ୧୦ ଟଙ୍କା ରହିଛି।

Chennai: 3 new cases of COVID-19 reported; total cases rises to 15 ...

ସୂଚନାଯୋଗ୍ୟ ଯେ ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ସାରା ବିଶ୍ୱରେ ୧,୧୧୮,୯୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ୫୮,୯୩୭ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ୨୯୦୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.