କାନପୁର ହସ୍ପିଟାଲରୁ ଆସିଲା ଛାତିଥରା ଘଟଣା, ବେଡ୍‌ ଉପରେ ହିଁ ତନ୍ତ୍ରମନ୍ତ୍ର କରି କୋଭିଡ୍‌ ରୋଗୀକୁ ମାରିଦେଲେ ଦୁଇ ମହିଳା

କାନପୁରର ହାଲେଟ୍‌ ହସ୍ପିଟାଲରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଚମ୍ବିତ ହୋଇଯିବେ। ଆପଣଙ୍କ ଛାତି ଥରି ଉଠିବ। ଘଟଣାରୁ ଜଣାପଡ଼ିଛି, ଏହି ହସ୍ପିଟାଲ ଭିତରେ ଦୁଇଜଣ ମହିଳା ପଶି ଜଣେ କରୋନା ସଂକ୍ରମିତ ମହିଳାଙ୍କ ଜୀବନ ନେଇଯାଇଛନ୍ତି। ମହିଳାଙ୍କୁ କରୋନା ନୁହେଁ, ବରଂ ଦେହରେ ଭୂତ ସବାର ହୋଇଥିବାର କହି ଦୁଇ ମହିଳା ତନ୍ତ୍ରମନ୍ତ୍ର କରିଥିଲେ, ଯାହାଫଳରେ କି ହସ୍ପିଟାଲ ବେଡ୍‌ରେ ହିଁ ରୋଗୀର ଜୀବନ ଚାଲିଯାଇଥିଲା। ସେପଟେ କେହି ଜଣେ ଏହାର ଭିଡିଓ ବନାଇ ଭାଇରାଲ କରିଦେବା ପରେ ପୋଲିସ ଏହାର ଯାଞ୍ଚରେ ଲାଗିପଡ଼ିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ତନ୍ତ୍ରମନ୍ତ୍ର କରୁଥିବା ଦୁଇ ମହିଳା କହୁଛନ୍ତି, ହସ୍ପିଟାଲ ବେଡ୍‌ରେ ପଡ଼ିଥିବା ମହିଳାଙ୍କୁ କୌଣସି ଔଷଧର ଆବଶ୍ୟକ ନାହିଁ। ତାଙ୍କ ଦେହରେ ଭୂତ ସବାର ହୋଇଛି। ତେବେ ଏ ପର୍ଯ୍ୟନ୍ତ ଏହା ଜଣାପଡ଼ିନାହିଁ କି, ଦୁଇଜଣ ମହିଳା ରୋଗୀଙ୍କର କ’ଣ ହେବେ। କିନ୍ତୁ ଡାକ୍ତର ମନା କରିବା ସତ୍ତ୍ୱେ ସେମାନେ ଜବରଦସ୍ତ ଓ୍ଵାର୍ଡ ଭିତରେ ପଶିଯାଇଥିଲେ। ଜଣେ ମହିଳା ମାସ୍କ ସୁଦ୍ଧା ବି ପିନ୍ଧି ନ ଥିଲେ।

ସୂଚନା ମୁତାବକ, କରୋନା ସଂକ୍ରମିତ ମହିଳା ୩ ଦିନ ପୂର୍ବେ କୋଭିଡ୍‌ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। ଏଠାରେ କାହା ସୁପାରିଶରେ ବି ତାଙ୍କୁ ବାଇପାପ୍‌ ଲଗାଯାଇଥିଲା। ଏପରି କି, ତାଙ୍କର ଉପଚାର ସମ୍ପୂର୍ଣ୍ଣ ଭାବେ କରାଯାଉଥିଲା। କିନ୍ତୁ ଏହି ଦୁଇ ମହିଳାଙ୍କ ତନ୍ତ୍ରମନ୍ତ୍ର ଯୋଗୁ ଶେଷ ସେ ଆଖି ବୁଜିଛନ୍ତି।

ହସ୍ପିଟାଲର ଜୁନିୟର ଡାକ୍ତରଙ୍କ କହିବା ହେଲା, ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ନିଜ ଚେହେରାରୁ ଢାଙ୍କି ରଖିଥିଲେ। ଅନ୍ୟ ଜଣେ ମାସ୍କ ସୁଦ୍ଧା ପିନ୍ଧି ନ ଥିଲେ। ଜଣେ ରୋଗୀର ହାତକୁ ଜୋର୍‌ରେ ଜାବୁଡ଼ି ଧରିଥିଲେ। ଯେତେବେଳେ ରୋଗୀ ଜଣକ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ, ତ ଅନ୍ୟ ଜଣେ ବେଡ୍‌ ଉପରେ ଚଢ଼ି ତାଙ୍କ ଛାତିକୁ ଦବାଇ ଦେଇଥିଲେ। ଫଳରେ ସେହିଠାରେ ହିଁ ରୋଗୀର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.