ମହିଳାଙ୍କ ଇଜ୍ଜତ ଲୁଟିଲା ତାନ୍ତ୍ରିକ, ଝଡ଼ାଫୁଙ୍କା କରିବା ବାହାନାରେ ରାତିରେ ଡାକି କଲା ଦୁଷ୍କର୍ମ

ଝଡ଼ାଫୁଙ୍କା କରିବା ବାହାନାରେ ବିବାହିତା ମହିଳାଙ୍କ ଇଜ୍ଜତ ଲୁଟିଲା ତାନ୍ତ୍ରିକ। ଝାଡ଼ିବାକୁ ଡାକି କଲା ଦୁଷ୍କର୍ମ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ। ଜିଲ୍ଲାର ବରସାନା ଅଞ୍ଚଳର ଏକ ଗାଁରେ ତାନ୍ତ୍ରିକ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

ପୋଲିସ ସୂଚନା ମୁତାବକ, ତାନ୍ତ୍ରିକ ନରେନ୍ଦ୍ର ସହଯୋଗୀ ସନ୍ଦୀପ ତୋମାର ସହ ଗାଁକୁ ଆସିଥିଲେ। ଗୁରୁବାର ଦିନ ସେମାନେ ଗାଁରେ ଝଡା ଫୁଙ୍କା କରିଥିଲେ। ଏହା ପରେ ମହିଳାଙ୍କୁ ରାତିରେ ଡାକିଥିଲେ। ମାତ୍ର ଚିକିତ୍ସା କରିବା ପରିବର୍ତ୍ତେ ରାତିରେ ଏକାନ୍ତରେ ସେ ମହିଳାଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏନେଇ ମହିଳା ବିରୋଧ କରିଥିଲେ ମଧ୍ୟ ତାଙ୍କ କବଳରୁ ମୁକୁଳି ପାରି ନଥିଲେ।

ବରସାନା ପୋଲିସ ଥାନା ଅଧିକାରୀ ଅଜାଦ ପାଲ ସିଂହ କହିଛନ୍ତି, ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତାନ୍ତ୍ରିକର ସହଯୋଗୀକୁ ଗିରଫ କରିଛି। ମାତ୍ର ତାନ୍ତ୍ରିକ ସେଠାରୁ ଖସିଯିବାରେ ସଫଳ ହୋଇଛି। ଏବେ ପୋଲିସ ତାଙ୍କୁ ଖୋଜିବା ସହ ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି।

You might also like