ମୁଣ୍ଡବିନ୍ଧା ବୋଲି ଭାବି ୧୪ ବର୍ଷ ଧରି ବ୍ୟକ୍ତି ଯାହାକୁ କରୁଥିଲେ ଅଣଦେଖା, ପରୀକ୍ଷା ପରେ ଜଣାପଡ଼ିଲା ତାହା ଥିଲା କୃମି

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ଧରି ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହେବାରୁ ଜଣେ ବ୍ୟକ୍ତି ଡାକ୍ତରଙ୍କୁ ଦେଖାଇଥିଲେ, ମାତ୍ର ପରୀକ୍ଷା ପରେ ଯେଉଁ ତଥ୍ୟ ପାଇଲେ ତାହା ଶୁଣି ତାଙ୍କର ମୁଣ୍ଡ ବୁଲେଇଦେଲା। ଡାକ୍ତରଙ୍କ କହିବାନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ଶହ ଶହ ସଂଖ୍ୟାରେ କୃମି ବା ଟେପ୍‌ଓ୍ଵାର୍ମ ବଂଶବିସ୍ତାର କରିସାରିଲେଣି। ଯାହା ଫଳରେ ତାଙ୍କୁ ପ୍ରବଳ ଯନ୍ତ୍ରଣା ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଟେକ୍ସାସ୍‌ ବାସିନ୍ଦା ୪୦ ବର୍ଷୀୟ ଗେରାର୍ଡୋ ମାକ୍ଟେଜୁମାଙ୍କ କ୍ଷେତ୍ରରେ।

युवक समझ रहा था सिर दर्द, 14 साल से दिमाग में कीड़ों ने बनाया था घर

ଦୀର୍ଘ ୧୪ ବର୍ଷ ହେଲା ମାକ୍ଟେଜୁମାଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ମାତ୍ର ସେ ଏହାକୁ ସାମାନ୍ୟ ମୁଣ୍ଡ ବିନ୍ଧା ଭାବି ଅଣଦେଖା କରୁଥିଲେ। କିନ୍ତୁ ଧୀରେ ଧୀରେ ଯନ୍ତ୍ରଣା ବଢ଼ିବାରୁ ସେ ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର ସିଟି ସ୍କାନ୍‌ କରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ମୁଣ୍ଡରେ ଟେପ୍‌ ଓ୍ଵାର୍ମ ବା ଏକ ପ୍ରଜାତିର କୃମି ବଂଶବିସ୍ତାର କରୁଛନ୍ତି।

युवक समझ रहा था सिर दर्द, 14 साल से दिमाग में कीड़ों ने बनाया था घर

କୃମିମାନେ ଅଣ୍ଡା ଦେଇ ବଂଶବିସ୍ତାର କରୁଥିବାରୁ ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା। ମସ୍ତିଷ୍କର ସେହି ଅଂଶଟି ସେରେବ୍ରୋସ୍ପାଇନଲ ଫ୍ଲୁଇଡ୍‌ରେ ଭରିଯାଇଥିଲା। ଏହା ଜାଣିବା ପରେ ମାକ୍ଟେଜୁମା ଆଶ୍ଚର୍ଯ୍ୟ ହେବା ସହ ଚିକିତ୍ସା ଆରମ୍ଭ କରିଥିଲେ।

युवक समझ रहा था सिर दर्द, 14 साल से दिमाग में कीड़ों ने बनाया था घर

ଡାକ୍ତରଙ୍କ କହିବାନୁସାରେ ମୁଣ୍ଡର ଏହି ଅଂଶରେ ପୋକ ଅଣ୍ଡା ଦେବାକୁ ଚିକିତ୍ସା ବିଜ୍ଞାନରେ ନ୍ୟୁରୋସିଷ୍ଟିସରକୋସିସ୍‌ କୁହାଯାଏ। ଯଦି ତୁରନ୍ତ ତାଙ୍କ ଚିକିତ୍ସା କରାଯାଇନଥାନ୍ତି ତେବେ ତାଙ୍କର ମୃତ୍ୟୁ ଘଟିଥାନ୍ତି ବୋଲି ଡାକ୍ତର କହିଛନ୍ତି। ତେବେ ଅପରେସନ୍‌ ମାଧ୍ୟମରେ ମାକ୍ଟେଜୁମାଙ୍କ ମୁଣ୍ଡରୁ ସମସ୍ତ କୃମିଙ୍କୁ ବାହାରକୁ କଢ଼ାଯାଇଛି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.