ଦେଶର ସର୍ବବୃହତ୍ ବିମାନବନ୍ଦର ନିର୍ମାଣ କରିବ TATA ପ୍ରୋଜେକ୍ଟସ୍ ଲିମିଟେଡ୍, ୨୦୨୪ ସେପ୍ଟେମ୍ବର ସୁଦ୍ଧା ସେବା ଆରମ୍ଭ
ଦେଶର ସବୁଠାରୁ ବଡ଼ ଏୟାରପୋର୍ଟ ନିର୍ମାଣ କରିବାକୁ ଯାଉଛି ଟାଟା ପ୍ରୋଜେକ୍ଟସ୍ ଲିମିଟେଡ୍। ୩ କମ୍ପାନୀ ମଧ୍ୟରୁ ଟାଟା ପ୍ରୋଜେକ୍ଟସ୍ ଲିମିଟେଡ୍କୁ ଏୟାରପୋର୍ଟ ନିର୍ମାଣ ପାଇଁ ଚୟନ କରାଯାଇଛି। ଏହି କମ୍ପାନୀ ଏୟାରପୋର୍ଟର ଟର୍ମିନାଲ ବିଲ୍ଡିଂ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାଓ୍ଵାର, ରନ୍େଓ୍ଵ ସହ ଅନ୍ୟାନ୍ୟ ସୁବିଧା ଆଦିର ନିର୍ମାଣ ତଥା ବିକାଶ କରିବ।
ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଆଗାମୀ ୨୦୨୪ ସେପ୍ଟେମ୍ବର ସୁଦ୍ଧା ଶେଷ ହେବା ନେଇ ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟର ରନ୍େଓ୍ଵ ନିର୍ମାଣ ହେବ। ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର କୋଡ୍ ଇ-ଶ୍ରେଣୀର ହେବ। ଏଥିପାଇଁ ଏୟାରପୋର୍ଟରେ ଏମିତି ବିମାନଗୁଡ଼ିକର ସଞ୍ଚାଳନ ହେବ, ଯାହାର ପଙ୍ଖା ଅତି ବେଶିରେ ୬୦ ମିଟର ପର୍ଯ୍ୟନ୍ତ ବିସ୍ତାର ହେଉଥିବ। ଯଦିଓ ରନ୍େଓ୍ଵକୁ ବିମାନର ପଙ୍ଖା ୭୫ ମିଟର ପର୍ଯ୍ୟନ୍ତ ବିସ୍ତାର ହେଲା ଭଳି ନିର୍ମାଣ କରାଯିବ।
ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ରନ୍େଓ୍ଵର ଲମ୍ବା ୩୯୦୦ ମିଟର ଏବଂ ଚଉଡ଼ା ୪୫ ମିଟର ରହିବ। ୨୦୨୪ରୁ ଏଠାରୁ ଯାତ୍ରୀଙ୍କ ପାଇଁ ସେବା ଆରମ୍ଭ ହୋଇଯିବ। ତେବେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ପାଖାପାଖି ୫୭୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଥିବାବେଳେ ପୂରା ଯୋଜନା ପ୍ରାୟ ୩୦ ହଜାର କୋଟି ଟଙ୍କାର ରହିଛି।
ଟର୍ମିନାଲ ବିଲ୍ଡିଂ ୩ ଲେବଲ୍ର ହେବ। ଏହି ବିଲ୍ଡିଂକୁ ୧ କୋଟି ୨୦ ଲକ୍ଷ ଯାତ୍ରୀଙ୍କ କ୍ଷମତା ହିସାବରେ ନିର୍ମାଣ କରାଯିବ। ଏୟାରପୋର୍ଟକୁ ବିଦ୍ୟୁତ୍ ଯୋଗାଣ ପାଇଁ ୨୨୦ କେଭିର ସବ୍ ଷ୍ଟେସନ ପ୍ରତିଷ୍ଠା କରାଯିବ। ଏଠାରେ ୪୮ଟି ଯାଞ୍ଚ କେନ୍ଦ୍ର ରହିବ।