ତ୍ରିଭୁଜାକାର ହେବ ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ: ନିର୍ମାଣ କରିବ ଟାଟା, ୨୧ ମାସ ଭିତରେ ସରିବ କାମ

ନୂଆଦିଲ୍ଲୀ: ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ ନିର୍ମାଣ କରିବ ଟାଟା । ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌କୁ ମିଳିଲା କାର୍ଯ୍ୟାଦେଶ । ୮୬୧ କୋଟି ୯୦ ଲକ୍ଷ ଟଙ୍କାରେ ନୂଆ ସଂସଦ ଭବନ ନିର୍ମାଣ କରିବ ଟାଟା । ତେବେ ଏଲ୍‌ ଆଣ୍ଡ ଟି ୮୬୫ କୋଟି ଟଙ୍କାର ବିଡ୍‌ ଦାଖଲ କରିଥିଲେ ବି କଟି ଯାଇଛି । ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ ପାଇଁ ୯୪୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ।

ସଂସଦ ଭବନ ନିକଟରେ ନୂଆ ବିଲ୍‌ଡିଂ ନିର୍ମାଣ ହେବ । ସେଣ୍ଟ୍ରାଲ ଭିଷ୍ଟା ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧିନରେ ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ ନିର୍ମାଣ ହେବ । ୨୧ ମାସ ଭିତରେ କାମ ସରିବ । ୨୦୨୨ରେ ନୂଆ ବିଲ୍‌ଡିଂରେ ପାର୍ଲାମେଣ୍ଟ ଅଧିବେଶନ ବସିବା ଲକ୍ଷ୍ୟ ରହିଛି । ନୂଆ ସଂସଦ ଭବନ ତ୍ରିଭୂଜାକାର ହେବ । ବର୍ତ୍ତମାନର ସଂସଦ ଗୋଲାକୃତି । ଏହା ବ୍ରିଟିଶ ଅମଳରେ ତିଆରି ହୋଇଥିଲା ।

Leave A Reply

Your email address will not be published.