ଦେଶ ବିଦେଶ

ସିଗାରେଟ୍‌ ପିଉଥିବା ବେଳେ ଛାତ୍ରଙ୍କୁ ଧରିଲେ ଶିକ୍ଷକ, ଅମାନୁଷିକ ଭାବେ ମାଡ଼ ପରେ ନାବାଳକଙ୍କ ମୃତ୍ୟୁ

ବିହାରରେ ସିଗାରେଟ୍‌ ପିଉଥିବା ୧୫ ବର୍ଷୀୟ ଜଣେ ଛାତ୍ର ଶିକ୍ଷକଙ୍କ ହାତରେ ଧରାପଡ଼ିଥିଲେ। ଛାତ୍ର ଜଣକ ଧରାପଡ଼ିବା ପରେ ଶିକ୍ଷକ ତାଙ୍କୁ ଅମାନୁଷିକ ଭାବେ ପିଟିଥିଲେ। ଶିକ୍ଷକଙ୍କ ମାଡ଼ ପରେ ଛାତ୍ର ଗୁରୁତର ହୋଇପଡ଼ିଥିଲେ, ଯାହାପରେ ଚିକିତ୍ସା ସମୟରେ ସେ ଆଖି ବୁଜିଥିଲେ। ସେପଟେ ପୋଲିସ ନାବାଳକ ଛାତ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ସ୍କୁଲକୁ ସିଲ୍‌ କରିଦେଇଛି।

ସୂଚନା ମୁତାବକ, ମୃତ ଛାତ୍ର ହେଲେ ବଜରଙ୍ଗୀ କୁମାର, ତାଙ୍କ ଘର ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାରେ। ବଜରଙ୍ଗୀ ଶନିବାର ସକାଳେ ନିଜ ମା’ଙ୍କ ମୋବାଇଲ୍‌ ଫୋନ୍‌ ରିପାୟରିଂ କରାଇବା ପାଇଁ ମଧୁବନ ଯାଇଥିଲେ। ପାଖାପାଖି ସାଢ଼େ ୧୧ଟାରେ ଘରକୁ ଫେରିବା ସମୟରେ ସେ ପାଖ ବ୍ରିଜ୍‌ ତଳକୁ ଯାଇ ସାଙ୍ଗମାନଙ୍କ ସହିତ ସିଗାରେଟ୍‌ ପିଉଥିଲେ।

ପରିବାର ଲୋକଙ୍କ କହିବା ହେଲା, ବଜରଙ୍ଗୀ ୧୦ମ ଶ୍ରେଣୀର ଛାତ୍ର ଥିଲେ। ସେ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ସ୍କୁଲ ପ୍ରିନ୍ସିପାଲ୍‌ ବଜରଙ୍ଗୀଙ୍କୁ ଯେତେବେଳେ ସିଗାରେଟ୍‌ ପିଉଥିବାର ଦେଖିଥିଲେ, ତ ହଠାତ୍‌ ରାଗି ଯାଇଥିଲେ।

ପରିବାର ଲୋକେ କହିଛନ୍ତି, ସ୍କୁଲ ପ୍ରିନ୍ସିପାଲ୍‌ଙ୍କ ସହିତ ସ୍କୁଲ ଚେୟାରମ୍ୟାନ ମଧ୍ୟ ଥିଲେ, ଯିଏକି ବଜରଙ୍ଗୀଙ୍କ ସମ୍ପର୍କୀୟ। ସେ ନାବାଳକଙ୍କ ବାପାଙ୍କୁ ଡକାଇଥିଲେ ଏବଂ ଏହାପରେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ସ୍କୁଲ ପରିସରକୁ ନେଇଯାଇଥିଲେ। ସେଠାରେ ସେମାନେ ଅନ୍ୟ ଶିକ୍ଷକମାନଙ୍କ ସହିତ ମିଶି ତାଙ୍କୁ ଜୋର୍‌ରେ ପିଟାପିଟି କରିଥିଲେ।

ବଜରଙ୍ଗୀଙ୍କ ମା’ ଓ ଭଉଣୀଙ୍କ ଅଭିଯୋଗ ହେଲା, ଶିକ୍ଷକମାନେ ନାବାଳକଙ୍କ ପୋଷାକ ଖୋଲି ତାଙ୍କୁ ବେଲ୍ଟରେ ପିଟିଥିଲେ। ବଜରଙ୍ଗୀଙ୍କ ବେକ ଓ ବାହୁରେ ଗଭୀର ଆଘାତ ଲାଗିଥିଲା। ଏପରି କି, ତାଙ୍କ ଗୁପ୍ତାଙ୍ଗରୁ ମଧ୍ୟ ରକ୍ତ ବାହାରୁଥିଲା। କୁହାଯାଉଛି ଯେ ବଜରଙ୍ଗୀଙ୍କୁ ଦୁଇ ମାସ ପୂର୍ବେ ସ୍କୁଲ ଛାତ୍ରାବାସରେ ଆଡ୍‌ମିସନ ମିଳିଥିଲା ଏବଂ ସେ ଖରାଛୁଟିରେ ଘରକୁ ଆସିଥିଲେ।

Roshni

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

11 seconds ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago