ଦେଶ ବିଦେଶ

ମୁସଲିମ୍‌ ବୋଲି…..ପଣିକିଆ ନ ଆସିବାରୁ ଛାତ୍ରଙ୍କୁ ସବୁପିଲାଙ୍କ ଠାରୁ ମାଡ ଖୁଆଇଲେ ଶିକ୍ଷୟିତ୍ରୀ

ଉତ୍ତରପ୍ରଦେଶ ମୁଜ୍ଜାଫରପୁରରେ ଏକ ଘରୋଇ ସ୍କୁଲର ଶିକ୍ଷକଙ୍କ ଭିଡିଓ ଭାଇରଲ ହେଉଛି । ଯେଉଁ ଭିଡିଓରେ ଶିକ୍ଷୟିତ୍ରୀ ଜଣକ କ୍ଲାସର ଜଣେ ପିଲାଙ୍କୁ ଅନ୍ୟ ପିଲାଙ୍କ ଦ୍ୱାରା ଚାପୁଡା ଖୁଆଇଛନ୍ତି । ମାଡ ଖାଉଥିବା ଛାତ୍ର ଜଣକ ମୁସଲମାନ ବୋଲି ଜଣାପଡିଛି । ଆଉ ତାଙ୍କୁ କ୍ଲାସର ଅନ୍ୟ ଛାତ୍ର ପିଲାକୁ ଶକ୍ତ ଚାପୁଡ଼ା ମାରିବାକୁ ଶିକ୍ଷୟିତ୍ରୀଜଣକ ଅନ୍ୟ ଜାତିର ଛାତ୍ରମାନଙ୍କୁ ଉସକାଉଛନ୍ତି। ଆଉ ଜଣକ ପରେ ଜଣେ ଛାତ୍ରଙ୍କୁ ଚୁପୁଡ଼ା ପରେ ଚାପୁଡ଼ା ମାରିବାରେ ଲାଗିଛନ୍ତି। ବିଦ୍ୟାର ମନ୍ଦିର କୁହାଯାଉଥିବା ସ୍କୁଲରେ ଏଭଳି ଘୃଣ୍ୟ କାମ ହେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, ଉତ୍ତରପ୍ରଦେଶର ମୁଜ୍ଜାଫରନଗରର ଖବରପୁର ଗାଁର ଏକ ସ୍କୁଲରେ ଏପରି କୁତ୍ସିତ ଓ ଲଜ୍ଜାଜନକ କାମ ଘଟିଛି। ଭିଡିଓରେ ଦେଖିବାକୁ ମିଳିଛି କି, ଶିକ୍ଷୟିତ୍ରୀ ଜଣକ କ୍ଲାସରେ ଥିବା ମୁସଲିମ୍ ଛାତ୍ରଙ୍କୁ ଡାକି ଛିଡ଼ା କରାଉଛନ୍ତି। ଏହାପରେ ଅନ୍ୟ ଛାତ୍ରମାନଙ୍କୁ ଡାକି ଉକ୍ତ ଛାତ୍ରଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଆହୁରି ଜୋରରେ ମାର ବୋଲି ବି ଛାତ୍ରମାନଙ୍କୁ ଉତ୍ସାହିତ କରୁଛନ୍ତି। ଗୋଟିଏ ଚାପୁଡ଼ା ମାରି ସାରିବା ପରେ ଆଉ ଗୋଟିଏ ଚାପୁଡ଼ା ମାରିବାକୁ ବି କହୁଛନ୍ତି। ଏପରିକି ସେ ପିଲାଙ୍କ ସମ୍ମୁଖରେ ଜାତିଗତ ଆକ୍ଷେପ କରି ଆପତ୍ତିଜନକ ଶବ୍ଦ କହିବାକୁ ବି ପଛାଇ ନାହାନ୍ତି।

ଏନେଇ ଛାତ୍ରଙ୍କ ବାପା କହିଛନ୍ତି, ଘଟଣା ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିଥିବା ବେଳେ ନିଜ ପୁଅ ନାଁକୁ ସ୍କୁଲରୁ କାଟି ଦେଇଥିଲେ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ସହ ବୁଝାମଣା କରିବା ପରେ ସେ ଉକ୍ତ ସ୍କୁଲରେ ପୁଣି ଥରେ ନିଜ ପିଲାକୁ ପଢ଼ାଇବାକୁ ରାଜି ହୋଇଛନ୍ତି।

ଏହି ଘଟଣାକୁ ନେଇ ରାହୁଲ ଗାନ୍ଧି ଏବଂ ଅସଦୁଦ୍ଦୀନ ଓଷସ୍ୱସୀ ପୋଷ୍ଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେହିପରି ରାଷ୍ଟ୍ରୀୟ ବାଳ ଅଧିକାରୀ ସଂରକ୍ଷଣ ଆୟୋଗ ମଧ୍ୟ ଚିନ୍ତା ପ୍ରକଟ କରିଛି । ତେବେ ଏହି ଭିଡିଓ ଭାଇରଲ ନ କରିବା ପାଇଁ ଆୟୋଗର ଅଧ୍ୟକ୍ଷ ପ୍ରିୟଙ୍କ କାନୁଗୋ କହିଛନ୍ତି ।

ତେବେ ଏହି ମାମଲାରେ ପୋଲିସ କହିଛି, ପିଲାକୁ ପଣିକିଆ ମନେ ନ ରଖିବାରୁ କ୍ଲାସରେ ଅନ୍ୟ ଛାତ୍ରଙ୍କ ଦ୍ୱାରା ମାଡ ମାରିଥିଲେ । ପୋଲିସ ଏହି ଭିଡିଓକୁ ଯାଞ୍ଚ କରୁଛି ।

Swagatika

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

12 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

57 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago