ଦୀର୍ଘ ଦିନରୁ ରୋଗାକ୍ରାନ୍ତ ଏବଂ ଛୁଟିରେ ଥିବା ଶିକ୍ଷକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର! ନିର୍ଦ୍ଦେଶ ଦେଲେ ଏହି ରାଜ୍ୟର ଶିକ୍ଷା ମନ୍ତ୍ରୀ

ଉତ୍ତରାଖଣ୍ଡ ଶିକ୍ଷା ବିଭାଗ ଶିକ୍ଷକମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ପ୍ରସ୍ତୁତ ଚଳାଇଛି। ଯେଉଁ ଶିକ୍ଷକମାନେ ସେବା ଦେବାରେ ଅସମର୍ଥ ବା ଦୀର୍ଘ ଦିନରୁ ବେମାର ପଡ଼ିଛନ୍ତି ଅଥବା ଅନ୍ୟ କୌଣସି କାରଣରୁ ସେବା ଯୋଗାଇ ପାରୁ ନାହାନ୍ତି, ସେହି ଶିକ୍ଷକମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ।
ରାଜ୍ୟରେ ଏମିତି ପାଖାପାଖି ୨୦୦୦ ଶିକ୍ଷକ ଅଛନ୍ତି, ଯେଉଁମାନଙ୍କୁ ବର୍ତ୍ତମାନ ବାଧ୍ୟତାମୂଳକ ଅବସର ଦେବାକୁ ସରକାର ଯୋଜନା ଚଳାଇଛନ୍ତି। ଏହାପରେ ସେହି ଖାଲି ପଦଗୁଡ଼ିକରେ ନୂଆ ଶିକ୍ଷକମାନଙ୍କର ନିଯୁକ୍ତି କରାଯିବ, ଯଦ୍ଦ୍ଵାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ହୋଇଥିବା କ୍ଷତିକୁ ପୂରଣ କରାଯାଇ ପାରିବ।
ସାରା ରାଜ୍ୟରେ ମୌଳିକ ଏବଂ ମାଧ୍ୟମିକ ଶିକ୍ଷାରେ ପାଖାପାଖି ୭୨,୦୦୦ ଶିକ୍ଷକ ନିଜର ସେବା ପ୍ରଦାନ କରୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଶିକ୍ଷକ ରୋଗାଗ୍ରସ୍ତ ଅଛନ୍ତି କିମ୍ବା କୌଣସି କାରଣ ବଶତଃ ଦୀର୍ଘ ଦିନରୁ ଛୁଟିରେ ଅଛନ୍ତି।
ଏମିତି ସ୍ଥିତିରେ ବର୍ତ୍ତମାନ ସେହି ଶିକ୍ଷକମାନଙ୍କୁ ଆରାମ ଦିଆଯିବ। ଶିକ୍ଷା ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯେଉଁ ଶିକ୍ଷକ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ଏବଂ ସେବା ଯୋଗାଇ ପାରୁ ନାହାନ୍ତି କିମ୍ବା ସେମାନଙ୍କ ସେବା ୨୦ ବର୍ଷରୁ ଅଧିକ ହୋଇଯାଇଛି, ସେମାନଙ୍କୁ ଅନିବାର୍ଯ୍ୟ ସେବାନିବୃତ୍ତି ଦିଆଯିବ।
ଶିକ୍ଷା ମନ୍ତ୍ରୀ ଯେଉଁ ଫର୍ମୂଲା ଆପଣାଇଛନ୍ତି, ତାହା ଗମ୍ଭୀର ରୋଗରେ ଜୁଝି ହେଉଥିବା ଶିକ୍ଷକଙ୍କ ପାଇଁ ଆଶ୍ୱସ୍ତିକର ହେବ। ଏଥି ସହିତ ଯେଉଁ ଶିକ୍ଷକମାନଙ୍କ ସେବା ୨୦ ବର୍ଷରୁ କମ୍ ହୋଇଥିବ, ସେମାନଙ୍କୁ ମଧ୍ୟ ଆଟାଚ୍ମେଣ୍ଟ ବା ଘର ଆଖାପାଖରେ ସେବା ଦେବାକୁ ଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।