ନାବାଳକ ହାତରେ ଗାଡି ଦେବା ହେଲା କାଳ, ମର୍ସିଡିଜ୍ ଚଲାଇ ଧକ୍କା କଲା ଯବାନଙ୍କ ଗାଡିକୁ, ୧ ମୃତ ୨ ଗୁରୁତର

ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ଗୁରୁବାର ଦିନ ଜଣେ ବ୍ୟବସାୟୀଙ୍କ ନାବାଳକ ପୁଅ ମର୍ସିଡିଜ୍  ଗାଡି ଚଲାଇ ଏକ ସିଆରପିଏଫ ଯବାନଙ୍କ ଗାଡିକୁ ଧକ୍କା ଦେଇଛି। ଘଟଣାରେ ଜଣେ ପାରାମିଲିଟାରୀ ଫୋର୍ସର ଯବାନଙ୍କ ମୃତ୍ୟୁ ହେବା ସ୍ଥଳେ ଦୁଇଜଣ ଆହାତ ହୋଇଛନ୍ତି।

ପୋଲିସ କହିବା ମୁତାବକ ଦୁର୍ଘଟଣାଟି ଗୁରୁବାର ଦିନ ଠିକ ମଧ୍ୟରାତ୍ର ବେଳକୁ  ହୋଇଛି। ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭର ଜଣେ ବ୍ୟବସାୟୀଙ୍କ ନାବାଳକ ପୁଅ ସାନିଧ୍ୟ ଗାର୍ଗ ବୋଲି ସୂଚନା ମିଳିଛି। ନାବାଳକ ଜଣକ ଦ୍ରତଗତିରେ କାରକୁ ଚଲାଇ ଏକ ଟ୍ରାଫିକ ସିଗନାଲକୁ ଡେଇଁ କିଛି କାରକୁ ଧକ୍କା ଦେଇଥିଲା। ଏହା ପରେ  ରୋଡର ଡିଭାଇଡର ଡେଇଁ ଡାହାଣକୁ ଚାଲି ଆସିଥିଲା। ଯାହା ଫଳରେ ବିପରିତ ଦିଗ ଆଡୁ ଆସୁଥିବା ସିଆରପିଏଫ ଯବାନଙ୍କ ଗାଡି ସହ ନାବାଳକର କାର  ଧକ୍କା ଦେଇଥିଲା। ଏହା  ପରେ ସେହି କାରଟି ଯାଇ ଏକ ଇଲେକ୍ଟ୍ରୀ ଖୁଣ୍ଟରେ ପିଟି ହେବା ପରେ ଅଟକି ଥିଲା।

ଆହାରି ପଢନ୍ତୁ : ଚଳନ୍ତା ଟ୍ରେନକୁ ଚଢ଼ିବା ସମୟରେ ଖସି ପଡିଲେ ମହିଳା ଯାତ୍ରୀ, RPF ଯବାନ ଏମିତି ଭାବେ କଲେ ରକ୍ଷା

ଏହି ଘଟଣାରେ ସିଆରପିଏଫ ଯବାନଙ୍କ ଗାଡିର ଡ୍ରାଇଭର କନେଷ୍ଟବଳ ବିନୋଦ କୁମାର (୩୬), ବାବୁଲାଲ ଯାଦବ (୩୮) ଓ ନରେନ୍ଦ୍ର (୨୪) ଗୁରୁତର ହୋଇଥିଲେ ଏମାନଙ୍କ ମଧ୍ୟରୁ ନରେନ୍ଦ୍ରଙ୍କର ହସ୍ପିଟାଲରେ ମ୍‌ତ୍ୟୁ ହୋଇଥିବା ଜଣା ପଡିଛି। ଏହି ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ଥିଲା ଯେ ମର୍ସିଡିଜ୍ କାରର ଏୟାର ବ୍ୟାଗ ବାହାରକୁ ଚାଲି ଆସିଥିଲା।

ଆହାରି ପଢନ୍ତୁ : ଟଳିଲା ବଡ଼ ବିପଦ: ବର୍ଷାରେ ଧସିଥିବା ରେଳଧାରଣାରେ ଆସିଗଲା ଟ୍ରେନ୍, ଲାଲ୍ କପଡ଼ା ଦେଖାଇ ଅଟକାଇଲେ ଲୋକେ

ଡେପୁଟି କମିଶନରଙ୍କ କହିବା ମତାବକ ମର୍ସିଡିଜ୍ କାର ଚଲାଉଥିବା ନାବାଳକ ସାନିଧ୍ୟ ଗାର୍ଗ  ଲଣ୍ଡନରେ ବି-କମ୍ ପାଠ ପଢନ୍ତି। କିଛି ଦିନ ହେବ ସେ ଦିଲ୍ଲୀକୁ ଛୁଟି କାଟିବାକୁ ଆସିଥିଲେ। ତାଙ୍କ ବାପା ନୋଏଡାରେ  ଲୁହା ବ୍ୟବସାୟ କରନ୍ତି। ଏହି ଘଟଣାଟି ମଦ ପିଇବା କାରଣରୁ ହୋଇନାହିଁ ବୋଲି ପ୍ରଥମିକ ତଦନ୍ତରୁ ଜଣା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.