photo : hindi.news18.com
କେବେ କାହାର ଭାଗ୍ୟ ବଦଳିଯିବ ତା’ର କିଛି ଗ୍ୟାରେଣ୍ଟି ନାହିଁ । ଆଖି ପଲକ ମାତ୍ରେ ମହଲରେ ରହୁଥିବା ବ୍ୟକ୍ତି ବି ସଡ଼କ ଉପରକୁ ଚାଲିଆସିଥାଏ ତ ଗରୀବ ରାତାରାତି କୋଟି ପତି ବନିଯାଇଥାନ୍ତି । ଏ ସବୁ ଭାଗ୍ୟର ଖେଳ । ବିଶେଷକରି ଲଟେରୀ ଦୁନିଆରେ କିଛି ବି ଘଟିପାରେ । ଏମିତି ଏକ ଘଟଣା ଘଟିଛି ଆମେରିକାରେ ।
୧୮ ବର୍ଷର ଜଣେ ପିଲା ୧ ମିଲିୟନ ଡଲାର ବା ପ୍ରାୟ ୮ କୋଟି ୨୧ ଲକ୍ଷ ଟଙ୍କା ଲଟେରୀ ଜିତିଯାଇଛନ୍ତି । ଆଶ୍ଚର୍ଯ୍ୟର କଥା ଯେ ୨ ସପ୍ତାହ ତଳେ ଉକ୍ତ ପିଲାଙ୍କ ଜେଜେ ତାଙ୍କୁ କୋଟି କୋଟି ଟଙ୍କା ଜିତିବାର ଭବିଷ୍ୟବାଣୀ କରିଥିଲେ । ଏକ ଗଣମାଧ୍ୟମରେ ବାହାରିଥିବା ତଥ୍ୟ ଅନୁଯାୟୀ, ଡାଲ୍ଟନ ରେଡଫୋର୍ଡ ଅନ୍ୟ ଏକ ଚାକିରି ତଲାସରେ ଥିବା ବେଳେ ଏକ ଷ୍ଟୋରରୁ ଗୋଟିଏ ଏନର୍ଜି ଡ୍ରିଙ୍କସ ଓ ଦୁଇଟି ସ୍କ୍ରାଚ କାର୍ଡ କିଣିଥିଲେ ।
ସ୍କ୍ରାଚ୍ କାର୍ଡରୁ ବଦଳିଗଲା ଭାଗ୍ୟ
ଡାଲ୍ଟନ କହିଥିଲେ, ଯେବେ ସେ ଷ୍ଟୋରର କାର୍ ପାର୍କରେ ସ୍କ୍ରାଚ କାର୍ଡର ଯାଞ୍ଚ କଲେ, ସେତେବେଳେ ଜଣାପଡିଲା ଯେ ସେ ୧ ମିଲିୟନ ଡଲାର ଜିତି ଯାଇଛନ୍ତି । ଡାଲ୍ଟନ ନର୍ଥ କେରୋଲିନାରେ ରୁହନ୍ତି । ସେ ଏକ ଷ୍ଟୋରରୁ ଦୁଇଟି କାର୍ଡ କିଣିଥିଲେ । ତାଙ୍କ ଜେଜେ ୨ ସପ୍ତାହ ତଳେ ତାଙ୍କୁ ୧ ମିଲିୟନ ଡଲାରର ଜିତିବା ଟିକେଟ କିଣିବା ନେଇ ଭବିଷ୍ୟବାଣୀ କରିଥିଲେ । ଡାଲ୍ଟନ ଏହି ଅର୍ଥର ସିଂହ ଭାଗ ସଂଚୟ କରିବେ ଓ ଅନ୍ୟ ଅର୍ଥରେ ଏକ କାର୍ କିଣିବା ନେଇ କହିଥିଲେ ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…