୬ ମାସ ବି ତିଷ୍ଠିଲାନି ବିବାହ, ପତ୍ନୀ ଐଶ୍ବର୍ଯ୍ଯାଙ୍କୁ ଛାଡପତ୍ର ଦେବେ ଲାଲୁଙ୍କ ପୁଅ ତେଜ୍ ପ୍ରତାପ

୬ ମାସବି ତିଷ୍ଠିଲାନି ତେଜ୍ ପ୍ରତାପଙ୍କ ବିବାହ । ପତ୍ନୀ ଐଶ୍ବର୍ଯ୍ଯାଙ୍କୁ ଛାଡପତ୍ର ଦେବେ ଲାଲୁ ଯାଦବଙ୍କ ପୁଅ । ଏନେଇ ପାଟଣା ସିଭିଲ୍ କୋର୍ଟରେ ଆବେଦନ କରିଛନ୍ତି ତେଜ୍ ପ୍ରତାପ । ଏହି ମମଲାର ଶୁଣାଣି ଚଳିତ ନଭେମ୍ବର ମାସ ୨୯ ହେବ । ତେବେ ବିବାହ ବିଛେଦର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ଶୁଣିବାକୁ ମିଳୁଛି କୌଣସି ତାନ୍ତ୍ରିକ ବାବାଙ୍କ କହିବାନୁସାରେ ଐଶ୍ବର୍ଯ୍ଯାଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି ତେଜ୍ ପ୍ରତାପ ।
ସୂଚନାଯୋଗ୍ୟ ଚଳିତ ବର୍ଷ ମେ ମାସ ୧୨ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ନାତୁଣୀ ଐଶ୍ବର୍ଯ୍ଯାଙ୍କୁ ବିବାହ କରିଥିଲେ ତେଜ୍ । ଐଶ୍ବର୍ଯ୍ଯାଙ୍କ ବାପା ଚନ୍ଦ୍ରିକା ରାୟ ମଧ୍ୟ ବିହାର ସରକାରଙ୍କ ମନ୍ତ୍ରୀ ପଦରେ ରହିସାରିଛନ୍ତି । ଏହି ବିବାହରେ ଯୋଗ ଦେବା ପାଇଁ ପାରୋଲରେ ଆସିଥିଲେ ଲାଲୁ ଯାଦବ । ଖୁବ୍ ଧୁମଧାମରେ ହୋଇଥିବା ଏହି ବିବାହ ସେତେବେଳେ ପାଲଟିଥିଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ତେବେ ବିବାହକୁ ଦିନ କେଇଟା ନପୁରୁଣୁ ଉଭୟଙ୍କ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିଲା । ଆଉ ୬ ମାସ ନପୁରୁଣୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ତେଜ୍ ପ୍ରତାପ ।