ତେଜସ୍ୱୀ ଯାଦବଙ୍କ ବଡ଼ ଘୋଷଣା…‘ବିହାର ନିର୍ବାଚନ ଜିତିବା ମାତ୍ରେ ମହିଳାଙ୍କୁ ପ୍ରତି ମାସରେ ଦେବୁ ୨୫୦୦ ଟଙ୍କା’
![tejaswi](https://knewsodisha.com/wp-content/uploads/2024/12/tejaswi.jpg)
ନିର୍ବାଚନରେ ମହିଳା ଭୋଟରଙ୍କୁ ଲୁଭାଇବା ପାଇଁ ନୂତନ ଯୋଜନା ସବୁ ଘୋଷଣା କରାଯାଉଛି । ଏହି କ୍ରମରେ ବିହାରରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଜସ୍ୱୀ ଯାଦବ ‘ମାଇ ବହନ ମାନ ଯୋଜନା’ ଘୋଷଣା କରିଛନ୍ତି । ମହିଳା ଭୋଟରମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ଏହି ନୂତନ ଯୋଜନା ବିଷୟରେ ଘୋଷଣା କରିଛନ୍ତି ।
ତେଜସ୍ୱୀ କହିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି, ତେବେ ଏହି ଯୋଜନା ଅନ୍ତର୍ଗତ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦିଆଯିବ । ଏହା ପ୍ରଥମ ନୁହେଁ ଯେ ତେଜସ୍ୱୀ ଯାଦବ ଏମିତି ଘୋଷଣା କରିଛନ୍ତି, ପୂର୍ବରୁ ମଧ୍ୟ ସେ ବିହାରରେ ଉପଭୋକ୍ତାମାନଙ୍କୁ ‘୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍’ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଦରଭଙ୍ଗାରେ ମହିଳାମାନଙ୍କ ପାଇଁ ନୂତନ ଯୋଜନା ବିଷୟରେ ଘୋଷଣା କରି ତେଜସ୍ୱୀ ଯାଦବ କହିଛନ୍ତି, ‘ଯଦି ରାଜ୍ୟରେ ଆମ ସରକାର ଗଠନ ହୁଏ, ତେବେ ଆମେ ‘ମାଇ ବହନ ମାନ ଯୋଜନା’ ଆରମ୍ଭ କରିବୁ । ଏହି ଯୋଜନା ଅଧୀନରେ ଆମେ ଆର୍ଥିକ ରୂପେ ଦୁର୍ବଳ ମାଆ ଓ ଭଉଣୀମାନଙ୍କ ଖାତାକୁ ସିଧାସଳଖ ୨୫୦୦ ଟଙ୍କା ଦେବୁ । ସରକାର ଗଠନ ହେବା ମାତ୍ରେ ଆମେ ଏହି ଯୋଜନା ଆରମ୍ଭ କରିଦେବୁ’ ।
#WATCH | Darbhanga, Bihar: RJD leader Tejashwi Yadav says, “If our government is formed in the state, we will start the ‘Maai Behan Maan Yojana’… Under the Maai Behan Maan Yojana, we will give Rs 2500 directly to the accounts of our economically weak mothers and sisters. As… pic.twitter.com/QvU1EIpUXT
— ANI (@ANI) December 14, 2024