ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ କ୍ଷମା ମାଗିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି

ତେଲଙ୍ଗାନା : କ୍ଷମା ପାର୍ଥନା କଲେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ । ଏନେଇ ରେବନ୍ତ ରେଡ୍ଡି ଟୁଇଟ କରି ଲେଖିଛନ୍ତି ଭାରତୀୟ ନ୍ୟାୟ ପାଳିକା ଉପରେ ମୋର ସମ୍ପୁର୍ଣ୍ଣ ବିଶ୍ୱାସ ଅଛି ଓ ସର୍ବୋଚ୍ଚ ସମ୍ମାନ ରହିଛି । ୨୯ ତାରିଖରେ ଦେଇଥିବା ମନ୍ତବ୍ୟକୁ ସେ ଫେରାଇ ନେଇଛନ୍ତି । ସେ ତାଙ୍କ ମନ୍ତବ୍ୟକୁ ନେଇ ଦୁଃଖିତ ଏବଂ ବିନା ସର୍ତ୍ତର୍ରେ କ୍ଷମା ମାଗୁଛନ୍ତି ବୋଲି କହିଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗାନାର ପୁର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କ ଝିଅ ବିଆର୍‌ଏସ୍‌ ନେତ୍ରୀ କବିତାଙ୍କୁ ଗିରଫ କରାଯାଇଥିଲା । ଅଗଷ୍ଟ ୨୮ରେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣୀ କରିଥିଲେ ।

ଦିଲ୍ଲୀ ମଦ ଦୁର୍ନୀତିରେ କେ କବିତାଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାକୁ ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ପ୍ରଶ୍ନ ଉଠାଇଥିଲେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ଵାଇ ଚନ୍ଦ୍ରଚୁଡ ରେବନ୍ତଙ୍କୁ ଭର୍ସନା କରିଥିଲେ । ସିଜେଆଇ କହିଛନ୍ତି ରାଜନୀତି ଲଢେଇ ଭିତରକୁ କୋର୍ଟକୁ କାହିଁକି ଟଣା ହେଉଛି । ଅଦାଲତ କଣ ନେତା କିମ୍ବା ଅଦାଲତ ପାର୍ଟିକୁ ପଚାରି ନିଷ୍ପତ୍ତି ନିଅନ୍ତି । ଏପରି ବୟାନ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିବ ।ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପାଇଁ ୧୫ ମାସ ଅପେକ୍ଷା କରିବାକୁ ପଡିଥିଲା ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଜାମିନ ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ କବିତା ୫ ମାସ ଭିତରେ ଜାମିନ ପାଇଗଲେ । ଏଥିରେ ବିଜେପିର ହାତ ଥିବା ସନ୍ଦେହ ହେଉଛି । ଏଭଳି ବୟାନକୁ ନେଇ ଚିନ୍ତା ପ୍ରକଟ କରିବା ସହ ତାଗିଦ୍‌ କରିଥିଲେ ସୁପ୍ରିମ କୋର୍ଟ । ସାମ୍ବିଧାନୀକ ପଦବୀରେ ଥିବା ଜଣେ ବ୍ୟକ୍ତି ଏପରି ମନ୍ତବ୍ୟ ଦେବା ଉଚିତ କି ? ରାଜନୈତିକ ଉଦ୍ଦେଶ୍ୟରେ ଆମେ ନିର୍ଦେଶାନାମା ଜାରି କରଛୁ ବୋଲି ଜଣେ କିପରି କହି ପାରୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ ।