ତେଲେଙ୍ଗାନାରେ ଚାଞ୍ଚଲ୍ୟ, କାର ଭିତରେ ବିଜେପି ନେତାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ତେଲେଙ୍ଗାନାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଠାରେ କାର୍ ମଧ୍ୟରେ ଜଣେ ବିଜେପି ନେତାଙ୍କୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ ମାନେ । ନେତା ଜଣକ କାରରେ ଥିବାବେଳେ କେତେକ ଅଜଣା ବ୍ୟକ୍ତି କାରରେ ନିଆଁ ଲଗାଇ ଦେଇଥିବାର ଜଣାପଡିଛି । ଏଥିରେ ନେତା ଜଣକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ଅନୁଯାୟୀ ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ତଥା ଜିଲ୍ଲା ଉପସଭାପତି ଏସ ଶ୍ରୀନିବାସ ପ୍ରସାଦଙ୍କ ଦଗ୍ଧ ମୃତଦେହ ଏକ କାରରୁ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କୁ କାର ଭିତରେ ନିଆଁ ଲଗାଇ ଦେଇଛନ୍ତି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେଲେଙ୍ଗାନାର ମେଦକ ଜିଲ୍ଲାରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ମେଦକ ଏସପି ଚନ୍ଦନା ଦୀପ୍ତିଙ୍କ ସୂଚନା ଅନୁଯାୟୀ କାରରେ ବିଜେପି ନେତାଙ୍କୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । କାରର୍ ଡିକି ମଧ୍ୟରୁ ନେତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଜିଲ୍ଲାରେ ଏପରି ଏକ ଘଟଣାକୁ ନେଇ ଲୋକେ ଭୟଭୀତ ହେବା ସହ କଡା ସମାଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.