କୁକୁଡ଼ାରୁ ବ୍ୟାପୁଛି କରୋନା, ଏହି ଭ୍ରମ ଦୂର କରିବାକୁ ଷ୍ଟେଜ୍‌ରେ ଚିକେନ୍‌ ଖାଇଲେ ତେଲେଙ୍ଗାନାର ମନ୍ତ୍ରୀ

ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁ ପ୍ରାୟ ୩୦୦୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ସାରା ଦୁନିଆରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଲେଣି। ଭାରତ ସରକାର ମଧ୍ୟ ଏହି ଭାଇରସ୍‌ରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି। ଚିକେନ୍‌ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁଛି ବୋଲି ଗୁଜବ ହୋଇଥିଲା। ଏହି ଗୁଜବ ପରେ ଲୋକେ ଚିକେନ୍‌ ଅଣ୍ଡା ଖାଇବା ଛାଡ଼ିଦେଇଥିଲେ।ତେବେ ଲୋକଙ୍କ ମନରେ ଥିବା ଭ୍ରମ ଦୂର କରିବାକୁ ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀମାନେ ଆଗକୁ ଆସିଛନ୍ତି। ମନ୍ତ୍ରୀମାନେ ଷ୍ଟେଜ୍‌ ଉପରେ ସମସ୍ତଙ୍କ ସାମ୍ନାରେ ଚିକେନ୍‌ ଖାଇଛନ୍ତି।

chicken

ତେଲେଙ୍ଗାନାରେ ଆୟୋଜିତ ଚିକେନ ମେଳା ନାମକ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେସି ରାମା ରାଓଙ୍କ ପୁଅ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଚିକେନ୍‌ ଖାଇଥିବା ଦେଖାଯାଇଛି। ତାଙ୍କ ସହ ମନ୍ତ୍ରୀ ଇଟେଲା ରାଜେନ୍ଦ୍ର ଓ ଟି ଶ୍ରୀନିବାସ ଯାଦବ ସମେତ ସମସ୍ତ ବଡ଼ ବଡ଼ ନେତା ଚିକେନ୍‌ ଖାଇଥିଲେ। ଏହି କାର୍ଯ୍ୟକ୍ରମର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

Chicken-Mela-5

Chicken-Mela-4

ସୂଚନାଯୋଗ୍ୟ ଯେ ବର୍ତ୍ତମାନ କରୋନାର ପ୍ରଭାବ ଚୀନ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ଦେଖିବାକୁ ମିଳୁଛି। କରୋନା ଯୋଗୁ ଇରାନରେ ଏବେ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଷାଣୁ ଯୋଗୁ ଇରାନର ଉପ-ରାଷ୍ଟ୍ରପତି ମସୁମେହ ଏବ୍‌ତେକାର ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।

chicken

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.