କେଦାରନାଥ ଧାମରେ ପ୍ରେମ ନିବେଦନ ଭିଡିଓ ଭାଇରଲ, ପୋଲିସକୁ ଚିଠି ଲେଖିଲା ମନ୍ଦିର କମିଟି
ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ଏକ ଚିଠି ପୋଲିସକୁ ଲେଖାହୋଇଛି । ଯେଉଁମାନେ ମନ୍ଦିର ପରିସରରେ ଏମିତି ଭିଡିଓ ସୁଟ୍ କରୁଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ଦିର କମିଟି କହିଛି । କେଦାରନାଥ ଧାମରେ ପ୍ରେମ ନିବେଦନ ଭିଡିଓ ଭାଇରଲ ପରେ ଏଭଳି ହୋଇଛି ।
କେଦାରନାଥ ଧାମରେ ଯୁବତୀ ଜଣକ ଯୁବକଙ୍କୁ ପ୍ରପୋଜ କରୁଥିବାର ଭିଡିଓ ଭାଇରଲ ହୋଇଥିଲା । ଭିଡିଓ ଭାଇରଲ ହେବା ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ଏକ ଚିଠି ଲେଖି ପୋଲିସକୁ ନିବେଦନ କରିଛନ୍ତି । ଏହି ଚିଠିରେ କୁହାଯାଇଛି କି, ମନ୍ଦିର ପରିସରରେ ଏଭଳି ଭିଡିଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି ।
ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଚିଠିରେ ଉଲ୍ଲେଖ କରିଛି କି, କିଛି ୟୁଟ୍ୟୁବର ଏବଂ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଆସି ଭିଡିଓ କରୁଛନ୍ତି । ଆଉ ଏମାନେ ରିଲ୍ସ କରି ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ କରୁଛନ୍ତି । ଅନ୍ୟ ଶ୍ରଦ୍ଧାଳୁଙ୍କ ଉପରେ ଖରାପ ପ୍ରଭାବ ପଡୁଛି । ତେଣୁ ଯେଉଁମାନେ ରିଲ୍ସ ପାଇଁ ଭିଡିଓ କରୁଛନ୍ତି, ସେମାନଙ୍କ ବିରୋଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ କେଦାରନାଥ ଧାମରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ପ୍ରପୋଜ କରୁଥିବାର ଭିଡିଓ ଭାଇରଲ ହୋଇଥିଲା । ମନ୍ଦିର ବାହାର ପରିସରରେ ଯୁବତୀ ଜଣକ ଆଣ୍ଠେଇ ଯୁବକଙ୍କୁ ପ୍ରେମ ନିବେଦନ କରୁଥିଲେ । ଯାହାକୁ ଅନ୍ୟ ଜଣେ ବନ୍ଧୁ ଭିଡିଓ ସୁଟ୍ କରୁଥିଲେ । ଏହାଛଡା ଅନ୍ୟ କେତେକ ଲୋକେ ମଧ୍ୟ ଏହାର ଭିଡିଓ ନେଉଥିଲେ । ଏହି ଭିଡିଓ ଭାଇରଲ ହେବା ପରେ ଅନେକ ଲୋକ ପ୍ରଶଂସା କରିଥିଲେ ।
One of the Reasons why Smartphones should be Banned from All Leading Temples & Shrines
Just a Basic Phone within 20 KMs from the Main Temple, Eliminates Unnecessary Crowd
PS – I’m writing this from Kedarnath 🛕
— Ravisutanjani (@Ravisutanjani) July 1, 2023
ହେଲେ କିଛି ଶ୍ରଦ୍ଧାଳୁ ଏହି ଭିଡିଓକୁ ଦେଖି ଖୁସି ନଥିଲେ । ଏହା ଭକ୍ତଙ୍କ ଧର୍ମୀୟ ଭାବନାକୁ କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ କରିଥିଲେ । ପରେ ମନ୍ଦିର କମିଟି ପକ୍ଷରୁ ଏମିତି ନିଷ୍ପତ୍ତି ନିଆଯାଇଥିଲା ।