ମନ୍ଦିରରେ ପଶି ଧାରୁଆ ଅସ୍ତ୍ରରେ ପୂଜାରୀଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ

ପଞ୍ଜାବ : ମନ୍ଦିର ଭିତରୁ ଭଜନ ଶୁଭିବା ବଦଳରେ ଚିତ୍କାରର ଶୁଣାଗଲା। ଜଳନ୍ଧର କରତାରପୁରରେ ଏକ ମନ୍ଦିରରେ ପଶି ପୂଜାରୀଙ୍କୁ ଧରୁଆ ଅସ୍ତ୍ରରେ ଗଳା କାଟି ଦିଆଯାଇଛି। ଲୋକମାନେ ଗୁରୁତର ଅବସ୍ଥାରେ ପୂଜାରୀଙ୍କୁ ହସପିଟାଲ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଦେଲେ। ସୂଚନା ମୁତାବକ ବାବା ଆଲୋକନାଥ ମନ୍ଦିରରେ ପୂଜା କରିବା ପାଇଁ ପୂଜାରୀ ସବୁବେଳେ ଭୋର ୪ଟାରେ ମନ୍ଦିରକୁ ଆସନ୍ତି। ଆଜି ବି ସେ ଆସିଥିଲେ କିନ୍ତୁ ହଠାତ୍ କିଛି ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଦେଲେ। ଲୋକେ ପହଁଚି ଦେଖିଲେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂଜାରୀ ତଳେ ପଡିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଁଚି କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ପୂରା ସହରକୁ ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଖୋଜୁଛି।