ଜମ୍ମୁ କଶ୍ମୀରରେ ଟେମ୍ପୋ ଟ୍ରାଭେଲର ଦୁର୍ଘଟଣାଗ୍ରସ୍ତ, ୩ ମୃତ, ୧୦ ଗୁରୁତର

ଜମ୍ମୁ କଶ୍ମୀର ରିୟାସୀ ଜିଲ୍ଲାର ମାହୋର ନିକଟରେ ଏକ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଅତିକମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ରିୟାସୀର ଜଣେ ବରିଷ୍ଠ ପୋଲିସ ଅଧିକାରୀ ପରମବୀର ସିଂ ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି ।
ଖବର ମୁତାବକ, ଦୁର୍ଘଟଣା ମାହୋର ଗଙ୍ଗୋଟରେ ହୋଇଛି । ଜମ୍ମୁ ସାଙ୍ଗଲୀକୋଟ ଯାଉଥିବା ଏକ ଟେମ୍ପୋ ଟ୍ରାଭେଲର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଭାବେ ଆହତଙ୍କୁ ସରକାରୀ ମେଡିକାଲକୁ ରେଫର କରାଯାଇଛି ।
ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ସ୍ଥାନୀୟ ଅଧିକାରୀ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ତେବେ ଦୁର୍ଘଟଣାର କାରଣ ଏଯାଏଁ ଜଣାପଡିନାହିଁ । ଜିଲ୍ଲା ପ୍ରଶାସନ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଆହତଙ୍କୁ ଯଥା ସମ୍ଭବ ସହାୟତା କରାଯିବ ବୋଲି ଆଶ୍ବାସନା ଦେଇଛି ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବସ୍ତିରେ କାରରେ ଥିବା ଯାତ୍ରୀ ଅଯୋଧ୍ୟାରୁ ଗୋରଖପୁର ଯାଇଥିଲେ । ଏହି ସମୟରେ ଭୁଲ ଦିଗରୁ ଆସୁଥିବା ଏକ କଣ୍ଟେନର ସହ କାର୍ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କଣ୍ଟେନର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଟରରେ କାରକୁ କାଟି ମୃତକଙ୍କୁ ଏବଂ ଗୁରୁତରଙ୍କୁ ବାହାର କରିଥିଲା । ଏହା ସହିତ ଆହତଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା ।
Also Read : କଣ୍ଟେନର-କାର୍ ମୁହାଁମୁହିଁ ଧକ୍କା; ୫ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଯୋଗୀ