ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ କରିଥିବା ୧୦ଜଣ ପରୀକ୍ଷକଙ୍କ ଉପରେ ଲାଗିଲା ଜରିମନା, ଏହାସହିତ ୫ବର୍ଷ ପାଇଁ ଖାତା ଦେଖିବାରୁ ବହିଷ୍କାର

ଉତ୍ତରପ୍ରଦେଶ: ସିବିଏସଇ ସ୍ତରରେ ଏବେ ୟୁପି ବୋର୍ଡ ମୂଲ୍ୟାଙ୍କରେ ତ୍ରୁଟି କରୁଥିବା ପରୀକ୍ଷକଙ୍କ ଉପରେ ଲାଗିବାକୁ ଯାଉଛି ଜରିମନା । ଗ୍ରିଭାନ୍ସ ସେଲ୍ କୁ ମିଳିଥିବା ଅଭିଯୋଗ ଏବଂ ସରକାରଙ୍କ ନିର୍ଦ୍ଦେଶ ଉପରେ ବୋର୍ଡ ଏହି ନିର୍ଣ୍ଣୟ ନେଇଛି । ନୂଆ ବ୍ୟବସ୍ଥା ଲାଗୁ ହେବା କ୍ଷଣି ବୋର୍ଡ ୨୦୧୯ର ଉତ୍ତର ପୁସ୍ତିକାର ମୂଲ୍ୟାଙ୍କନରେ ତ୍ରୁଟି କରିଥିବା ୧୦ଜଣ ପରୀକ୍ଷକଙ୍କ ଉପରେ ଜରିମନା ଲଗାଇଛନ୍ତି । ଏହାସହିତ ବୋର୍ଡ ଆସନ୍ତା ପାଞ୍ଚ ବର୍ଷ ପାଇଁ ସେମାନଙ୍କୁ ମୂଲ୍ୟାଙ୍କନ କାର୍ଯ୍ୟରୁ ନିବୃତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁପି ବୋର୍ଡ ସଚିବ ନିନା ଶ୍ରୀବାସ୍ତବ କହିଛନ୍ତି କି, ମୂଲ୍ୟାଙ୍କନରେ ତ୍ରୁଟି କରିବାର ଛଅଟି ମାମଲାରେ ପାଖାପାଖି ୧୦ ପରୀକ୍ଷକଙ୍କୁ ଦଣ୍ଡିତ କରାଯାଇଥିଲା। ପାଞ୍ଚ ପରୀକ୍ଷକଙ୍କ ଉପରେ ୨୦-୨୦ହଜାର ଏବଂ ଆଉ ପାଞ୍ଚ ଜଣଙ୍କ ଉପରେ ୧୦-୧୦ ହଜାର ଟଙ୍କାର ଜରିମନା ଲଗାଯାଇଛି ।

ଏହି ସମ୍ବନ୍ଧରେ ଆଡିସିନାଲ୍ ସେକ୍ରେଟାରୀ ଅଫ୍ ରିଜୋନାଲ୍ ଅଫିସର, ଶିବ ପ୍ରକାଶ ଦ୍ବିବେଦୀ କହିଛନ୍ତି କି ଗ୍ରୀଭାନ୍ସ ସେଲ୍ ରେ ଆସିଥିବା ଅଭିଯୋଗ ପରେ ପୁନଶ୍ଚ ମୂଲ୍ୟାଙ୍କନ କରାଯାଇଥିଲା ଏବଂ ଏଥିରେ ଜଣେ ପରୀକ୍ଷାର୍ଥୀଙ୍କର ମୂଲ୍ୟ ଏତେ ବଢିଥିଲା ଯେ ସେ ମେରିଟ୍ ଲିଷ୍ଟରେ ସାମିଲ୍ ହୋଇଥିଲେ । ଏହାପରେ ବୋର୍ଡ ଏହି କଠୋର ପଦକ୍ଷପ ଉଠାଇବାକୁ ବାଧ୍ୟ ହୋଇଥିଲା । ଏହି ବ୍ୟବସ୍ଥା ୨୦୨୦ ପରୀକ୍ଷାର ମୂଲ୍ୟାଙ୍କନରେ ବିଧିବଦ୍ଧ ଭାବେ ଲାଗୁ ହେବ । ଏହାବ୍ୟତିତ ବୋର୍ଡ ପକ୍ଷରୁ ମୂଲ୍ୟାଙ୍କନରୁ ଦୁରେଇ ରହୁଥିବା ଶିକ୍ଷକଙ୍କୁ ମଧ୍ୟ ଚିହ୍ନିତ କରାଯିବାର ବ୍ୟବସ୍ଥା କରାଯାଇଛି । ୟୁପି ବୋର୍ଡ ଏବେ ସିବିଏସଇ ସ୍ତରରେ ତ୍ରୁଟି କରୁଥିବା ପରୀକ୍ଷକଙ୍କ ରିପୋର୍ଟ ସେମାନଙ୍କ ପ୍ରବନ୍ଧନ ଏବଂ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକଙ୍କୁ ପଠାଇବ ।

Sonalisa

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

14 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

46 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

48 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

55 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago