ବଢ଼ିଲା ଇରାନ-ଆମେରିକା ଉତ୍ତେଜନା, ଏୟାର ଷ୍ଟ୍ରାଇକରେ ଇରାନର ୧୯ ନିହତ

ଇରାନ-ଆମେରିକା ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ବହୁ ବର୍ଷ ପରେ ଇରାନ ଓ ଆମେରିକା ମଧ୍ୟରେ ହମ୍‌ଲା-ପ୍ରତିହମଲା ଆରମ୍ଭ ହୋଇଛି । ସିରିଆରେ ଆମେରିକାର ବେସ୍‌ ଉପରେ ବୁଧବାର ଡ୍ରୋନ ଷ୍ଟ୍ରାଇକ କରିଥିଲା ଇରାନ ରିଭଲ୍ୟୁସନାରୀ ଗାର୍ଡ। ଏୟାର ଷ୍ଟ୍ରାଇକରେ ଜବାବ ଦେଲା ଆମେରିକା । ଏଥିରେ ୧୯ ଜଣ ନିହତ ହୋଇଛନ୍ତି। କୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛି ଆମେରିକା।

ନୂଆଦିଲ୍ଲୀ : ଇରାନ-ଆମେରିକା ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ବହୁ ବର୍ଷ ପରେ ଇରାନ ଓ ଆମେରିକା ମଧ୍ୟରେ ହମ୍‌ଲା-ପ୍ରତିହମଲା ଆରମ୍ଭ ହୋଇଛି । ସିରିଆରେ ଆମେରିକାର ବେସ୍‌ ଉପରେ ବୁଧବାର ଡ୍ରୋନ ଷ୍ଟ୍ରାଇକ କରିଥିଲା ଇରାନ ରିଭଲ୍ୟୁସନାରୀ ଗାର୍ଡ। ଏୟାର ଷ୍ଟ୍ରାଇକରେ ଜବାବ ଦେଲା ଆମେରିକା । ଏଥିରେ ୧୯ ଜଣ ନିହତ ହୋଇଛନ୍ତି। କୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛି ଆମେରିକା।

ବୁଧବାର ଉତ୍ତର ସିରିଆରେ ଆମେରିକାର ଏକ ବେସ୍‌ ଉପରେ ଆକ୍ରମଣ କରିଥିଲା ଇରାନର ରିଭଲ୍ୟୁସନାରୀ ଗାର୍ଡ କର୍ପସ – IRGC । ଏଥିରେ ଆମେରିକାର ଜଣେ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣେ କଣ୍ଟ୍ରାକ୍ଟରଙ୍କ ସମେତ ୫ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଥିଲେ । ଇରାନର କାମିକାଜ ଡ୍ରୋନ ସାହାଯ୍ୟରେ ଆମେରିକା ବେସ୍‌ ଉପରେ ଆକ୍ରମଣ ହୋଇଥଲା। ଏୟାର ଷ୍ଟ୍ରାଇକରେ ତୁରନ୍ତ ଜବାବ ଦେଇଛି ପେଣ୍ଟାଗନ।

IRGC ଉପରେ ଏକାଧିକ ସ୍ଥାନରେ ହମଲା କରିଛି ଆମେରିକା। ଏୟାର ଷ୍ଟ୍ରାଇକ ପରେ ଇରାନ -ଆମେରିକା ଉତ୍ତେଜନା ବୃଦ୍ଧି ପାଇଛି। ଅନେକ ବର୍ଷ ଭିତରେ ଆମେରିକା ଓ ଇରାନ ଫୋର୍ସ ଭିତରେ ଏହା ଅନ୍ୟତମ ବଡ଼ ଆକ୍ରମଣ ପ୍ରତିଆକ୍ରମଣ। ବାଇଡେନ ଇରାନକୁ ଚେତାବନୀ ଶୁଣାଇଛନ୍ତି । କହିଛନ୍ତି ବଳ ପ୍ରୟୋଗ କରି ଆମେରିକୀୟଙ୍କୁ ସୁରକ୍ଷା ଦିଆଯିବ। ଇରାନ ସହ ବିବାଦ ସୃଷ୍ଟି କରିବା ଆମେରିକାର ଲକ୍ଷ୍ୟ ନୁହେଁ। ପେଣ୍ଟାଗନ କହିଛି ଆତଙ୍କବାଦ କାର୍ଯ୍ୟକଳାପକୁ କେବେ ବି ବରଦାସ୍ତ କରାଯିବ ନାହିଁ । ଏହି ଏୟାର ଷ୍ଟ୍ରାଇକ ଆମେରିକା କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଉଦ୍ଧିଷ୍ଟ ଥିଲା ।

ସେପଟେ ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ ପାଇଁ ପୁଣି ୟୁରୋପରୁ ଆରମ୍ଭ ହେବ ଉଦ୍ୟମ। ଆସନ୍ତାମାସରେ ଚୀନ ଯିବେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ତାଙ୍କ ସହ ୟୁରୋପୀୟ କମିଶନର ଉର୍ସୁଲା ଭନ ଚୀନ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ବେଜିଂରେ ଜିନପିଙ୍ଗଙ୍କୁ ଭେଟିବେ । ପ୍ରସଙ୍ଗ ରହିବ ରୁଷ ଉପରେ ଯୁଦ୍ଧ ବନ୍ଦ ପାଇଁ ଚାପ ପକାଇବା। ମାଧ୍ୟମ ହେବେ ଜିନପିଙ୍ଗ। ଯୁଦ୍ଧରେ ଚୀନ ନିଜକୁ ନିରପେକ୍ଷ ବୋଲି ସାବ୍ୟସ୍ତ କରୁଛି। ଶାନ୍ତି ଆଲୋଚନା ପାଇଁ ଫେବ୍ରୁଆରୀ ମାସରେ ରୁଷ ଓ ୟୁକ୍ରେନକୁ ପ୍ରସ୍ତାବ ଦେଇଥିଲା ଚୀନ। ମାକ୍ରନ କହିଛନ୍ତି ଚୀନର ଉଦ୍ୟମ ସକରାତ୍ମକ । କିନ୍ତୁ ରୁଷିଆ ତାର ସୈନ୍ୟ ଅପସାରଣ ନକରିବା ପର୍ଯ୍ୟନ୍ତ ଶାନ୍ତି ଫେରିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.