ଦେଶ ବିଦେଶ

କର୍ଣ୍ଣାଟକର ଏକ ଟୋଲ ପ୍ଲାଜାରେ ଭୟାବହ ଆମ୍ବୁଲାନ୍‌ସ ଦୁର୍ଘଟଣା, ଦେଖନ୍ତୁ ସିସିଟିଭି ଭିଡିଓ

କେନ୍ୟୁଜ୍(ବ୍ୟୁରୋ): ଭୟଙ୍କର ଦୁର୍ଘଟଣା । ଟୋଲ ପ୍ଲାଜାରେ ଆମ୍ବୁଲାନ୍‌ସ ଧକ୍କା । ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ସମେତ ୪ ମୃତ । କର୍ଣ୍ଣାଟକର ଉଡୁପି ଜିଲ୍ଲାର ଏକ ଟୋଲ ପ୍ଲାଜାରେ ଘଟିଛି ଏହି ଭୟାବହ ଦୁର୍ଘଟଣା । କେତେ ଭୟଙ୍କର ଥିଲା ଦୁର୍ଘଟଣା । ତାହା ଟୋଲ୍‌ ପ୍ଲାଜାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଦୁର୍ଘଟଣା ବେଳର ଦୃଶ୍ୟରୁ ଜଣାପଡୁଛି । ବର୍ଷା ଯୋଗୁ ରାସ୍ତା ଓଦା ଥିଲା । ଏହି ସମୟରେ ଜଣେ ରୋଗୀ ଓ ଦୁଇ ଆଟେଣ୍ଡାଣ୍ଟଙ୍କୁ ନେଇ ଆସୁଥିବା ଏକ ଆମ୍ବୁଲାନ୍‌ସ ଟୋଲ ପ୍ଲାଜାରେ ପହଞ୍ଚିବା ବେଳକୁ ନିୟନ୍ତ୍ରଣ ହରାଇ ବସିଥିଲା ।

ଆଖି ପିଛୁଳାକେ ଓଦା ରାସ୍ତାରେ ନିୟନ୍ତ୍ରଣ ହରାଇ ଖସି ଯିବା ସହ ଟୋଲ ପ୍ଲାଜା କ୍ୟାବିନରେ ଧକ୍କା ଦେଇ ଓଲଟିପଡ଼ିଥିଲା ଆମ୍ବୁଲାନ୍‌ସ । ଏଥିରେ ରୋଗୀ, ଦୁଇ ଆଟେଣ୍ଡାଣ୍ଟ ଓ ଜଣେ ଟୋଲ ପ୍ଲାଜା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଆହତ ଆମ୍ବୁଲାନ୍‌ସ ଡ୍ରାଇଭରକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଆମ୍ବୁଲାନ୍‌ସ ଚୂରମାର ହୋଇଯାଇଛି ।

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

27 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

34 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago