ଗୁଜରାଟ ଓଏନଜିସି ପ୍ଳାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଲଗାତାର ହେଲା ୩ଟି ବଡ ବିସ୍ଫୋରଣ

ଗୁଜରାଟ: ଗୁଜରାଟ ଓଏନଜିସି ପ୍ଳାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ସୁରତର ହଜିରା ସ୍ଥିତ ONGC ପ୍ଳାଣ୍ଟରେ ବିଳମ୍ବିତ ରାତି ପାଖାପାଖି ୩ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଲଗାତାର ୩ଟି ବଡ ଧରଣର ବିସ୍ଫୋରଣ ପରେ ନିଆଁ ଲାଗିଥିଲା।

ସୌଭାଗ୍ଯ ବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିନି । ତେବେ ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେନେଇ ସ୍ପଷ୍ଟ ହୋଇନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.