କୋଲକାତା ଷ୍ଟ୍ରାଣ୍ଡ ରୋଡର ପୂର୍ବ ରେଲୱେ କୋଠାରେ ଭୟାବହ ଅଗ୍ନିକାଣ୍ଡ, ଗଲା ୯ ଜଣଙ୍କ ଜୀବନ

କୋଲକାତା: କୋଲକାତାରେ ଭୟାବହ ଅଗ୍ନିକାଣ୍ଡ । ଷ୍ଟ୍ରାଣ୍ଡ ରୋଡର ପୂର୍ବ ରେଲୱେର କୋଠାର ୧୩ ମହଲାରେ ସଂଧ୍ୟା ପ୍ରାୟ ୬ଟାରେ ନିଆଁ ଲାଗିଥିଲା । ନିଆଁ ଲାଗିବାରୁ ୯ ଜଣଙ୍କ ଜୀବନ ଯାଇଛି । ଅଗ୍ନିଶମ ବିଭାଗର ୧୭ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଫାୟାର ଓ ଏମରଜେନ୍ସି ସର୍ଭିସ୍‌ ମନ୍ତ୍ରୀ ସୁଜିତ ବାସୁଙ୍କ ଅନୁସାରେ ମୃତକଙ୍କ ମଧ୍ୟରେ ୪ ଜଣ ଫାୟାର ଫାଇଟର ଅଛନ୍ତି । ସେହିପରି ଜଣେ ପୋଲିସ ଅଧିକାରୀ, ୨ ଜଣ ଆରପିଏଫ୍‌ ଓ ୨ ଜଣ ଇଷ୍ଟର୍ଣ୍ଣ ରେଲେଓ୍ଵ ଅଧିକାରୀଙ୍କ ଜୀବନ ଯାଇଛି ।

kolkataଘଟଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ରେଳମନ୍ତ୍ରୀ ପୀୟୁଷ ଗୋୟଲ ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଘଟଣାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ରେଳମନ୍ତ୍ରୀ । ସେପଟେ ଘଟଣାର ଯାଞ୍ଚ ପାଇଁ ରେଳ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଇଷ୍ଟର୍ଣ୍ଣ ରେଲେଓ୍ଵ ଜେନେରାଲ ମ୍ୟାନେଜର ମନୋଜ ଜୋଶୀ । ତଦନ୍ତରେ ରାଜ୍ୟ ସହ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.