ଝାନ୍ସୀ-କାନପୁର ହାଇୱେରେ ଭୟଙ୍କର ସଡକ ଦୁର୍ଘଟଣା, ସ୍ବାମୀ-ସ୍ତ୍ରୀ ମୃତ

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଛି । କାରରେ ଉଭୟେ ସ୍ବାମୀ-ସ୍ତ୍ରୀ ବାହାଘର ପାର୍ଟି ସାରି ସକାଳେ ଘରକୁ ଫେରୁଥିବା ସମୟରେ ଏପରି ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତୁରନ୍ତ ସେମାନଙ୍କୁ ହସ୍ପିଟାଲ ପଠାଯାଇଥିଲା । ହସ୍ପିଟାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପରେ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା  । ମୃତକ ସ୍ୱାମୀ – ସ୍ତ୍ରୀ ହେଲେ ଅନିଲ କୁଶୱାହା(୩୦) ଏବଂ ବିନୀତା(୨୮) ।

ଝାନ୍ସୀ କାନପୁର ହାଇୱେ ସାମ୍ନାରେ ଥିବା ନାରାୟଣ ଢାବା ନିକଟରେ ଏପରି ଅଘଟଣ ଘଟିଛି । ଆଜି ସକାଳେ ପିଲାଙ୍କ ମାମୁଁ ବାହାଘରରେ ଯୋଗ ଦେବା ପାଇଁ  ସ୍ବାମୀ-ସ୍ତ୍ରୀ ତାଙ୍କର ୪ବର୍ଷର ଝିଅ ଓ ଅଢେଇ ବର୍ଷର ପୁଅ ଏବଂ ବିନୀତାଙ୍କ ମା’ଙ୍କୁ ଛାଡି ସେମାନେ ଗାଁକୁ ଫେରୁଥିଲେ । ସେହି ସମୟରେ ତାଙ୍କର ସ୍ବିପ୍ଟ କାରକୁ ଠିଆ ହୋଇଥିବା ଗାଡି ସହ ଧକ୍କା ଦେଇଥିଲେ । ପରେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଏହା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତ ଥିବା ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ତେଷ୍ଟା କରିଥିଲେ । କିନ୍ତୁ ଏତେ ଜୋରରେ ଧକ୍କା ହୋଇଥିଲା ଯେ, ସେମାନଙ୍କୁ ବାହାର କରିବା କଷ୍ଟକର ହୋଇପଡିଥିଲା । କିଛି ସମୟ ଅତିକ୍ରମ କରିଯିବା ପରେ ଫସି ରହିଥିବା ସ୍ବାମୀ- ସ୍ତ୍ରୀଙ୍କୁ କାରରୁ ବାହାର କରି ସେମାନଙ୍କ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରେ ପୋଲିସ ସେମାନଙ୍କ ମୃତଦେହକୁ ନିଜ ହେପାଜତକୁ ନେଇ ଚିହ୍ନଟ କରିଛି। ଏହା ପରେ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ   ପଠାଯାଇଥିଲା ।

Also Read : ୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହୱୁର ରାଣାର ହାଜତ ଅବଧି ୧୨ ଦିନ ପାଇଁ ବଢିଲା