ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୨୧ ମୃତ, ୧୨ରୁ ଅଧିକ ଆହତ
ଆମେରିକାରେ ଭୟଙ୍କର ଟର୍ଣ୍ଣାଡୋ। ଘୂର୍ଣ୍ଣିଝଡ଼ରେ ୨୧ ଜଣଙ୍କ ମୃତ୍ୟୁ । ୧୨ରୁ ଅଧିକ ଆହତ । ଆମେରିକାର ଦକ୍ଷିଣ ଓ ମଧ୍ୟପଶ୍ଚିମରେ ତାଣ୍ଡବ ରଚିଛି ଟର୍ଣ୍ଣାଡୋ । ୬ ରାଜ୍ୟରେ ୫୩ ଘୂର୍ଣ୍ଣିଝଡ଼ ହୋଇଛି ।

ଆମେରିକା: ଆମେରିକାରେ ଭୟଙ୍କର ଟର୍ଣ୍ଣାଡୋ। ଘୂର୍ଣ୍ଣିଝଡ଼ରେ ୨୧ ଜଣଙ୍କ ମୃତ୍ୟୁ । ୧୨ରୁ ଅଧିକ ଆହତ । ଆମେରିକାର ଦକ୍ଷିଣ ଓ ମଧ୍ୟପଶ୍ଚିମରେ ତାଣ୍ଡବ ରଚିଛି ଟର୍ଣ୍ଣାଡୋ । ୬ ରାଜ୍ୟରେ ୫୩ ଘୂର୍ଣ୍ଣିଝଡ଼ ହୋଇଛି । ଶୁକ୍ରବାର ରାତିରେ ଲିନୋଏସରେ କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୮ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ପୂର୍ବରୁ ଏଭଳି ଭୟଙ୍କର ଟର୍ଣ୍ଣାଡୋ କେବେ ବି ଦେଖିନଥିବା କହିଛନ୍ତି ଲୋକେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘୂର୍ଣ୍ଣିଝଡ଼ ଯୋଗୁଁ ପ୍ରୟା ୪ ଲକ୍ଷ ଲୋକ ଅନ୍ଧାରରେ ଅଛନ୍ତି । କେବଳ ଅର୍କାନସାସ୍ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗତ ସପ୍ତାହରେ ମଧ୍ୟ ଭୟଙ୍କର ଝଡ଼ ଓ ଟର୍ଣ୍ଣାଡୋରେ ଆମେରିକା ମିସିସିପି ସହର ଛାରଖାର ହୋଇଯାଇଥିଲା । ଏଥିରେ ପ୍ରାୟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା ।
ହଜାର ହଜାର ଘର ନଷ୍ଟ ହୋଇଯାଇଛି:
ଏହି ପ୍ରାକୃତିକ ବିପର୍ଯ୍ୟୟରେ ବହୁ ପରିମାଣରେ ଧନ ଜୀବନ ସବୁ ନଷ୍ଟ ହୋଇଯାଇଛି। ଦୁଇ ହଜାରରୁ ଅଧିକ ଘର ମାଟିରେ ମିଶି ଯାଇଛି। ବିଭିନ୍ନ ସ୍ଥାନରୁ ଆସୁଥିବା ଫଟୋ ଏବଂ ଭିଡିଓ ଦେଖି ଅନୁମାନ କରିହେଉଛି ଯେ ଘୂର୍ଣ୍ଣିଝଡ଼ର ଶକ୍ତି କେତେ ଭୟଙ୍କର ଥିଲା। ଯାହା ବଡ ବଡ ଯାନଗୁଡିକ ମଧ୍ଯ ଓଲଟାଇ ପକାଇଛି। ଏହାସହିତ ବିଦ୍ୟୁତ୍ ଖୁଣ୍ଟି ସହିତ ବଡ ବଡ ଗଛ ଗୁଡିକ ଉପୁଡ଼ି ଯାଇଥିବା ଦେଖିବାକୁ ମିଳିଛି।
ଜରୁରୀକାଳୀନ ଘୋଷଣା:
ଆରକାନାସ୍ ରାଜ୍ୟପାଳ ସାରା ହକାବି ସାଣ୍ଡର୍ସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏଠାରେ ଲୋକଙ୍କ ସାହାଯ୍ୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନ୍ୟାସନାଲ ଗାର୍ଡ ନିୟୋଜିତ କରାଯାଇଛି। ରାଜ୍ୟପାଳ ସାଣ୍ଡର୍ସ କହିଛନ୍ତି ଯେ ସେ ଲୋକଙ୍କ ସହ ଅଛନ୍ତି। ଖୁବ ଶୀଘ୍ର ଫେଡେରାଲ ସହାୟତା ପହଞ୍ଚାଇବାକୁ ରାଷ୍ଟ୍ରପତି ବିଡେନ ନିଶ୍ଚିତ କରିଥିବା ସେ କହିଛନ୍ତି।
ଆରକାନାସ୍, ଟେନେସି, ଇଣ୍ଡିଆନା, ଇଲିନୋଇସ୍ ଏବଂ ଟେକ୍ସାସରେ ଅଧିକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ଘୂର୍ଣ୍ଣିବଳୟ ଯୋଗୁଁ ୬ ଲକ୍ଷରୁ ଅଧିକ ଘରେ ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ଶୁକ୍ରବାର ଦିନ ରାଜଧାନୀ ଲିଟିଲ୍ ରକ୍ ସମେତ ଆରକାନାସରେ ଅନେକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।