ଜମ୍ମୁ-କାଶ୍ମୀର ନୌଗାମ୍ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନମୟ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ-କାଶ୍ମୀର ନୌଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନମୟ । ସିଆଇଏସ୍ଏଫ୍ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ କରିଥିଲେ । ଏଥିରେ ଏଏସଆଇ ରାଜେଶ କୁମାର ସହିଦ ହୋଇଛନ୍ତି । ଘଟଣା ପରେ ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ସିଲ୍ କରାଯାଇଛି । ଗତ ୨୫ ତାରିଖରେ ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିଲେ । ସେନା ଉପରେ ବାରମ୍ବାର ଆକ୍ରମଣ ସହ ପଥର ମାଡ଼ ମଧ୍ୟ କରାଯାଉଛି । ଏପରିକି ପାକିସ୍ତାନର ଅନୁପ୍ରବେଶ ନେଇ ପ୍ରତିକ୍ରିୟା ରଖିଛନ୍ତି, ସେନା ମୁଖ୍ୟ ବିପିନ ରାଓ୍ଵତ । ଅନୁପ୍ରବେଶ ବନ୍ଦ କରିବା ପାଇଁ ପାକିସ୍ତାନକୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି ।