ଆର୍ମୀ ବେସ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଆହତ

ଜମ୍ମୁ କାଶ୍ମୀର: ଆତଙ୍କବାଦୀ ମାନେ ପୁଣି ଜମ୍ମୁରେ ଆତଙ୍କ ଖେଳାଇଛନ୍ତିି । ଆଜି ସଞ୍ଜଓ୍ଵାନ ମିଲିଟାରୀ ଷ୍ଟେସନରେ ଗୁଳି ଚଲାଇଥିଲେ । ଏହି ଆକ୍ରମଣରେ ଜଣେ ଆହତ ହୋଇଛନ୍ତି । ପ୍ରତିରକ୍ଷାକାରୀ ଅଧିକାରୀ ସୂ୍ଚଚନା ଦେଇଛନ୍ତି କି ଆତଙ୍କବାଦୀମାନେ ଜମ୍ମୁରେ ସଞ୍ଜ୍ଓ୍ଵାନ ମିଲିଟାରୀ ଷ୍ଟେସନ ବେସ ବାହାରେ ଗୁଳି ଚଲାଇଥିଲେ ଯାହା ଫଳରେ ସେନା ବାହିନୀର ଏକ ଯବାନ ଗୁରୁତର ହୋଇଛନ୍ତି । ଏହାର କାରଣ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ହୋଇ ରହିଛି । ଏହି ଆତଙ୍କଟି ସଞ୍ଜଓ୍ଵାନ ମିଲିଟାରୀ ଷ୍ଟେସନ ସେଣ୍ଟ୍ରି ପୋଷ୍ଟ ଅଞ୍ଚଳରେ ହୋଇଛି । ଆତଙ୍କବାଦୀମାନେ ଗୁଳିମାଡ ପରେ ସମସ୍ତ ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି । ଅଗଷ୍ଟ ୨୮ ତାରିଖ ସନ୍ଧ୍ୟା ସମୟରେ ଆର୍ମୀବେସ ନିକଟରେକିଛି ସନ୍ଦେହଜନକ ଗତିବିଧୀ ଦେଖାଯାଇଥିଲା । ଆଜି ଗୁଳିମାଡ ହୋଇଥିବା ସେନା ପକ୍ଷରୁ କୁହାଯାଇଥିଲା । ଏହି ବର୍ଷ କୁପଓ୍ଵାଡାରେ ସେନା ଉପରେ ୬ଷ୍ଠ ଥର ପାଇଁ ଆକ୍ରମଣ ହୋଇଛି ।
ସୂଚନା ଅନୁସାରେ ଆଜି ସକାଳ ୧୧ ଟା ସମୟରେ ଗୁଳିମାଡ ହୋଇଥିଲା । ନିୟୋଜିତ ଥିବା ସେନା ମଧ୍ୟରେ ଜଣେ ଗୁଳି ମାଡରେ ଆହତ ହୋଇଥିଲେ । ସେଠାରେ ଆଉ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଅନୁମାନ କରାଯାଇଛି । ସେହି ଅଞ୍ଚଳକୁ ସିଲ କରିବା ସହ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ପରେସନ ଜାରି ରହିଛି । ଏହା ପୂର୍ବରୁ ଫେବୃଆରୀ ୨୦୧୮ ରେ ଆତଙ୍କବାଦୀମାନେ ସୁଜଓ୍ଵାନ ମିଲଟ୍ରି କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୬ ଜଣ ସୌନିକ ସହୀଦ ହୋଇଥିଲେ । ଏହାସହ ଜଣେ ନାଗରିକ ଓ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଗତ ସପ୍ତାହରେ ଜମ୍ମୁ କାଶ୍ମିରର କୁପଓ୍ଵାରା ଜିଲ୍ଲାର ଲାଇନ ଅଫ କଣ୍ଟ୍ରୋଲରେ ୩ ଜଣ ଆତଙ୍କାଦୀ ପ୍ରାଣ ହରାଇଥିଲେ ।