ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ ମୁସା, ପାକିସ୍ତାନ ସେନାର ପୂର୍ବତନ କମାଣ୍ଡୋ

ପହଲଗାମ ହମଲାର ମାଷ୍ଟରମାଇଣ୍ଡ ହାସିମ ମୁସା । ପହଲଗାମ ନରସଂହାର ପଛରେ ପାକିସ୍ତାନୀ ଆତଙ୍କବାଦୀ ହାସିମ ମୁସା । ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସରେ ପୂର୍ବରୁ କମାଣ୍ଡୋ ଥିଲା । ହାସିମ ମୁସା ପାକିସ୍ତାନ ଭିତ୍ତିକ ଲସକର-ଏ-ତଇବାର ଜଣେ ସଦସ୍ୟ । ସେ ଉଭୟ ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କ ଉପରେ ହମଲା ପାଇଁ ଜମ୍ମୁ କଶ୍ମୀରକୁ ଆସିଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି ।
ସମସ୍ତ ପ୍ରକାର ରଣକୌଶଳରେ ପାରଙ୍ଗମ ମୁସା । କଠୋର ତାଲିମ ଜରିଆରେ ନିଜକୁ ପ୍ରସ୍ତୁତ କରିଛି । ପ୍ଲାନିଂ, ଅସ୍ତ୍ର ଯୋଗାଣ, ଟାର୍ଗେଟ ସିଲେକ୍ସନଠୁ ନେଇ ସବୁକିଛି ଦେଖୁଥିଲା ହସିମ ମୁସା । ହସିମ ନାଁରେ ରହିଛି ୬୦ ଲକ୍ଷର ମୁଣ୍ଡ ଜାମିନ । ୧୫ କାଶ୍ମୀର ଓଭରଗ୍ରାଉଣ୍ଡ ୱାର୍କର୍ସ- ଓସିଜିଡବ୍ଲୁଙ୍କୁ ଜେରା ବେଳେ ହାସିମ ମୁସାର ପାକିସ୍ତାନ ସେନା ବ୍ୟାକଗ୍ରାଉଣ୍ଡ ସଂପର୍କରେ ତଥ୍ୟ ସାମ୍ନାକୁ ଆସିଛି । ଆତଙ୍କବାଦୀଙ୍କୁ ତାଲିମ ଏବଂ କିଟ୍ ଯୋଗାଉଥିବା ସଂସ୍ଥାର ଏକ ସଦସ୍ୟ ହେଉଛି ମୁସା। ତେଣୁ ପହଲଗାମ ଆତଙ୍କୀ ହମଲା ପଛରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକା ଥିବା ସନ୍ଦେହ କରାଯାଉଛି ।
ସେହିପରି ଗତବର୍ଷ ଅକ୍ଟୋବରରେ ଗଣ୍ଡେରଓଲ ଓ ବାରମୂଲା ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୁସା ଷଡଯନ୍ତ୍ରକାରୀ ବୋଲି ଜଣାପଡ଼ିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣର ଏବେ ତଦନ୍ତ କରୁଛି ଏନଆଇଏ । ଏହି ଆକ୍ରମଣରେ ଓସିଜିଡବ୍ଲୁର ସ୍ଥାନୀୟ ନେଟୱାର୍କ ଓ ଦକ୍ଷିଣ କାଶ୍ମୀରର ଆତଙ୍କୀ ପ୍ରୋତ୍ସାହନକାରୀଙ୍କ ସଂପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି ।
ପାକିସ୍ତାନ ସେନା ଛାଡ଼ିବା ପରେ ମୁସା ପ୍ରତିବନ୍ଧିତ ଲସ୍କର ଏ ତୋଏବାରେ ଯୋଗ ଦେଇଥିଲା । ୨୦୨୩ ସେପ୍ଟେମ୍ବରରେ ସେ ଭାରତରେ ଅନୁପ୍ରବେଶ କରିଥିଲା । ପରେ ବଡ଼ଗାମ ଜିଲ୍ଲାରେ ସେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତି ଥିଲା । ପୂର୍ବରୁ ୨୦୨୪ ଅକ୍ଟୋବରରେ କଶ୍ମୀରର ଗଗନଗିରି ଓ ଗଣ୍ଡେରୱାଲରେ ମଧ୍ୟ ମୁସା ଆକ୍ରମଣ କରିଥିଲା । ଏଥିରେ ୬ଜଣ ଅଣ କଶ୍ମୀରଙ୍କ ସହ ଜଣେ ଡାକ୍ତର ପ୍ରାଣ ହରାଇଥିଲେ ।
Also Read : ପହଲଗାମ ଆକ୍ରମଣ ପରେ ଆସନ୍ତାକାଲି ବସିବ CCS ବୈଠକ, ସୁରକ୍ଷା ପ୍ରସ୍ତୁତି ଉପରେ ହେବ ଚର୍ଚ୍ଚା