ଆତଙ୍କବାଦୀ ୟାସିନ ମଲ୍ଲିକ ଭାରତ ଜେଲରେ ବନ୍ଦୀ, ପତ୍ନୀ ମଶଲ୍ଲା ଏବେ ପାକିସ୍ତାନରେ କ୍ୟାବିନେଟ ମନ୍ତ୍ରୀ

ଆତଙ୍କବାଦୀ ଅପରାଧରେ ଭାରତ ଜେଲରେ ଥିବା ଆତଙ୍କବାଦୀ ୟାସିନ ମଲ୍ଲିକର ପତ୍ନୀ ମଶାଲା ମଲିକକୁ ପାକିସ୍ତାନରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ମଶାଲ୍ଲାଙ୍କୁ ମାନବାଧିକାର ମାମଲାର ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆଯାଇଛି ।

ନୂଆଦିଲ୍ଲୀ : ଆତଙ୍କବାଦୀ ଅପରାଧରେ ଭାରତ ଜେଲରେ ଥିବା ଆତଙ୍କବାଦୀ ୟାସିନ ମଲ୍ଲିକର ପତ୍ନୀ ମଶାଲା ମଲିକକୁ ପାକିସ୍ତାନରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ମଶାଲ୍ଲାଙ୍କୁ ମାନବାଧିକାର ମାମଲାର ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆଯାଇଛି ।

ଯାହାକି ଏକ କ୍ୟାବିନେଟ ପାହ୍ୟା ମନ୍ତ୍ରୀ । ସେ ସିଧାସଳଖ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନବର-ଉଲ-ହକ୍‌ କାକରଙ୍କୁ ରିପୋର୍ଟ କରିବେ । ଏବେ ସେ ଗଠିତ ହୋଇଥିବା ୧୮ ସଦସ୍ୟ ପାକିସ୍ତାନ ମନ୍ତ୍ରୀମଣ୍ଡଳର ସେ ଜଣେ ସଦସ୍ୟ ।

୨୦୦୯ରେ ୟାସିନକୁ କରିଥିଲେ ବିବାହ

ପାକିସ୍ତାନ ମହିଳା ମଶଆଲ୍ଲା ମଲ୍ଲିକ ୨୨ ଫେବ୍ରୁଆରୀ ୨୦୦୯ରେ ୟାସିନ ମଲ୍ଲିକ ସହ ରାଓ୍ଵାଲପିଣ୍ଡରେ ନିକାହ (ବିବାହ) କରିଥିଲେ । ଏହା ଏକ ପ୍ରେମ ବିବାହ ଥିଲା । ମଶଲ୍ଲା ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସରେ ପଢ଼ିଛନ୍ତି । ମଶଲ୍ଲାଙ୍କ ପିତା ଜଣେ ଅନ୍ତରାଷ୍ଟ୍ରିୟ ଅର୍ଥଶାସ୍ତ୍ରୀ ଥିଲେ ।

ସେ ଓ୍ଵାନ ବିଶ୍ୱବିଦ୍ୟାଳୟର ବିଭାଗ ମୁଖ୍ୟ ଥିଲେ । ନୋବେଲ ପୁରସ୍କାର ଜୁରିରେ ପ୍ରଥମ ପାକିସ୍ତାନୀ ଥିଲେ । ମଶଲ୍ଲା ଏବେ ତାଙ୍କର ୧୨ ବର୍ଷ ଝିଅ ସହ ପାକିସ୍ତାନରେ ରହୁଛନ୍ତି । ମଶଲ୍ଲାଙ୍କ ଭଉଣୀ ସାବିଏନ ହୁସେନ ମଧ୍ୟ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ।