ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଉପରେ ଆତଙ୍କୀ ଆକ୍ରମଣ ଧମକ, ଜଣକ ଗିରଫ କଲା ପୋଲିସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନକୁ ଉଡ଼ାଇବାକୁ ଧମକ ଦେଇଥିବା ବ୍ୟକ୍ତିକୁ ମୁମ୍ବାଇର ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମାନସିକ ଭାବେ ବିକାରଗ୍ରସ୍ତ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବେ ଫ୍ରାନ୍ସ ଗସ୍ତରେ ରହିଛନ୍ତି । ଏହାପରେ ଆମେରିକା ଗସ୍ତ କରିବେ । ତେବେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ମୋଦିଙ୍କ ପ୍ରଥମ ଆମେରିକା ଯାତ୍ରା ।

ଖବର ମୁତାବକ, ମୁମ୍ବାଇ ପୋଲିସ ଚେମ୍ବୁର ଅଞ୍ଚଳରୁ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ବ୍ୟକ୍ତି ଜଣକ ୧୧ ଫେବୃଆରୀରରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଏକ କଲ୍ ଆସିଥିଲା । ଆତଙ୍କବାଦୀ ପିଏମ ମୋଦିଙ୍କ ବିମାନ ଉପରେ ଆକ୍ରମଣ କରିପାରନ୍ତି, କାହିଁକି ନା ଅଫିସିଆଲ ଯାତ୍ରାରେ ବିଦେଶ ଯାଉଛନ୍ତି । ତେବେ ସୂଚନାକୁ ଗମ୍ଭୀରତାର ସହିତ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ଗିରଫ ହୋଇଥିବ ବ୍ୟକ୍ତି ଜଣକ ମାନସିକ ସନ୍ତୁଳନ ଠିକ୍ ନାହିଁ ବୋଲି ପୋଲିସ କହିଛି ।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରରୁ ମୁମ୍ବାଇ ପୋଲିସକୁ ଏଭଳି ଧମକ ମିଳିସାରିଛି । ଗତବର୍ଷ ଡିସେମ୍ବରରେ ଟ୍ରାଫିକ ପୋଲିସ ହେଲପଲାଇନକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା । ଏହାଛଡା ଭିନ୍ନ ଏକ ଘଟଣାରେ ୩୪ ବର୍ଷୀୟ କାନ୍ଦିବଲୀ ନିବାସୀ ଶୀତଲ ଚୌହ୍ବାନଙ୍କୁ ଗିରଫ କରାଯାଇଥିଲା ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ଫେବୃଆରୀରେ ପ୍ୟାରିସ ପହଞ୍ଚି ରାଷ୍ଟ୍ରପତିଙ୍କ ସହିତ ଏଲିସ ପ୍ୟାଲେସର ଡିନର କରିଛନ୍ତି । ଏହି ସମୟରେ ଅନେକ ବଡ଼ ଟେକ୍ନିକାଲ କମ୍ପାନୀର ସିଇଓ ମଧ୍ୟ ସାମିଲ ରହିଥିଲେ । ୧୧ରେ ଏଆଇ ସମିଟରେ ଉପସ୍ଥିତ ଥିଲେ । ଆଜି ମୋଦି ଆମେରିକାରେ ପହଞ୍ଚିଛନ୍ତି । ଦୁଇଦିନିଆ ଆମେରିକା ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ।

Also Read : ପ୍ୟାରିସରେ ମୋଦି, ରାଷ୍ଟ୍ରପତି ମାକ୍ରନଙ୍କ ସହ ଏଆଇ ଶିଖର ସମ୍ମିଳନୀରେ ଯୋଗଦେବେ